ଅନୁଗୁଳ: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ନିର୍ମାଣ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିବା ପାଇଁ ସୋମବାର ଅନୁଗୁଳ ଗସ୍ତରେ ଆସୁଛନ୍ତି ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ। ଏହି ଅବସରରେ ସେ ଆଠମଲ୍ଲିକ ବ୍ଲକ ମାନଯୋର୍ ଡ୍ୟାମ୍ ପାଖରେ ନିର୍ମାଣ ହେବାକୁ ଥିବା ଚିତ୍ତବିନୋଦନ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହା ସହିତ କିଶୋରନଗର କଲେଜରେ ନିର୍ମାଣ ହୋଇଥିବା ଶ୍ରେଣୀଗୃହର ଉଦଘାଟନ କରିବେ।