ଅନୁଗୁଳ: ଅସ୍ମିତା ଖେଲୋ ଇଣ୍ଡିଆ ରାଜ୍ୟ ଲିଗରେ ମହିଳା ଉଷୁରେ ଅନୁଗୁଳ ଜିଲ୍ଲା ୩ୟ ସ୍ଥାନ ଅର୍ଜନ କରିଛି। ବାରିପଦା ଡିଗ୍ରୀ କଲେଜରେ ୬ରୁ ୭ ସେପ୍ଟେମ୍ବର ୨୦୨୫ରେ ଆୟୋଜିତ ଏହି ପ୍ରତିଯୋଗିତାରେ ଜିଲ୍ଲା ଉଷୁ ଏସୋସିଏସନ୯ଜଣ ପ୍ରତିଯୋଗିଙ୍କୁ ନେଇ ଅଂଶଗ୍ରହଣ କରିଥିଲା। ସ୍ୱର୍ଣ୍ଣ ୨ଜଣ (ସୁରୀୟକାନ୍ତି ଶତପଥୀ, ଅର୍ଚ୍ଚିତା ସାହୁ), ରୋପ୍ୟ ୪ଜଣ (ଆଶା ବେହେରା, ପଲବି ନାଏକ, ପ୍ରିୟଙ୍କା ବେହେରା, ସ୍ମିତାମନସ୍ଵିନୀ) ଏବଂ କାଂସ୍ୟ ୩ଜଣ (ଯୋଷମନ୍ତି ସାହୁ, ବିଷ୍ଣୁପ୍ରିୟା ସାହୁ, ଇଶ୍ରାଇ ନିଶା) ବିଜୟୀ ହୋଇଛନ୍ତି। ଏହି କୃତିତ୍ୱ ପାଇଁ ଜିଲ୍ଲା ପ୍ରଶାସନ, କ୍ରୀଡ଼ା ଅଧିକାରୀ, ରାଜ୍ୟ ଉଷୁ ସଂଘ ଚେୟାରମ୍ୟାନ୍ ଏସ୍.ଏସ୍. ହରିଚନ୍ଦନ, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ସମେତ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ଜାତୀୟ ସ୍ତରୀୟ ଖେଳରେ ଏହି ଖେଳାଳିମାନେ ଭାଗ ନେବେ।