ମୁଖ୍ୟ ଖବର

ସ୍କୁଲ ୟୁରିନାଲରେ ଅସଞ୍ଜତ ଅବସ୍ଥାରେ ଛାତ୍ରଛାତ୍ରୀ

By Biswaranjan Pattnaik

August 27, 2023

ଅନୁଗୁଳ: ଆଜିକାଲି ମୋବାଇଲ ଭିଡିଓ ପିଲାଙ୍କୁ ପଥ ଭ୍ରଷ୍ଟ କରୁଥିବା ଅନେକ ଅଭିଯୋଗ କରନ୍ତି। ୯୯ ପ୍ରତିଶତ ସ୍କୁଲ ପିଲାଙ୍କ ହାତରେ ଏବେ ମୋବାଇଲ ଏହା ପିଲାଙ୍କ ଚାରିତ୍ରିକ ସ୍ଖଳନ ପାଇଁ ବାଟ କଢ଼େଇ ନେଉଛି।

ଗତ ଶନିବାର ଅନୁଗୁଳର ଗୋଟିଏ ସରକାରୀ ସ୍କୁଲ ୟୁରିନାଲରେ ଦୁଇଜଣ ନାବାଳକ ଛାତ୍ରଛାତ୍ରୀ ଅସଞ୍ଜତ ଅବସ୍ଥାରେ ଶିକ୍ଷକଙ୍କ ଦ୍ଵାରା ଧରା ପଡ଼ିଥିଲେ।ଉଭୟଙ୍କୁ ସ୍କୁଲର ଶୃଙ୍ଖଳା କମିଟି ଡାକି ପଚରା ଉଚରା କରିଥିଲା। ସେ ଦୁହେଁ ସବୁ ମାନିଯିବା ସହ ପରସ୍ପରକୁ ସେ ଦୁହେଁ ଭଲ ପାଉଥିବା କହିଥିଲେ। ସ୍କୁଲ ପକ୍ଷରୁ ଅଭିଭାବକ lଙ୍କୁ ଡକାଇ ପାଠପଢ଼ା ବୟସରେ ପ୍ରେମ ଠିକ୍‌ ନୁହେଁ ଏବଂ ଏଥିନେଇ ପିଲାଙ୍କୁ କାଉନସେଲିଂ କରିବାକୁ ପରାମର୍ଶ ଦିଆ ଯାଇଥିଲା ଏବଂ ଏତିକିରେ ସମସ୍ୟାର ସମାଧାନ କରାଯାଇଥିଲା ।