ମୁଖ୍ୟ ଖବର

ବନ୍ୟା ପାଇଁ ଘୁଞ୍ଚିଲା ଏଏସଓ ପରୀକ୍ଷା, ଟ୍ଵିଟ୍ କରି ସୂଚନା ଦେଲେ ଓପିଏସସି ମୁଖ୍ୟ

By Angul TV Bureau

August 18, 2022

ଭୁବନେଶ୍ବର : ଘୁଞ୍ଚିଲା ଏଏସଓ ଲିଖିତ ପରୀକ୍ଷା। ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ପାଇଁ ଏଏସଓ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏହି ପରୀକ୍ଷା ଆସନ୍ତା ୨୧ ତାରିଖ ଅର୍ଥାତ୍ ରବିବାର ହେବାର ଥିଲା। କିନ୍ତୁ ବର୍ଷା ଯୋଗୁ ପରୀକ୍ଷା ଘୁଞ୍ଚିଛି। ଆଜି ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଓପିଏସସି ମୁଖ୍ୟ ସତ୍ୟଜିତ ମହାନ୍ତି।

ସତ୍ୟଜିତ ମହାନ୍ତି ଲେଖିଛନ୍ତି, ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଅନେକ ଛାତ୍ରଛାତ୍ରୀଙ୍କୁ ବନ୍ୟା ଯୋଗୁଁ ପରୀକ୍ଷା ପାଇଁ ପ୍ରସ୍ତୁତିରେ ସମସ୍ୟା ହେଉଛି। ଏହାକୁ ଦୃଷ୍ଟିରେ ରଖି ଓପିଏସସି ପକ୍ଷରୁ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ତେବେ ଆଗକୁ କେବେ ପରୀକ୍ଷା ହେବ ସେନେଇ ଏବେ ଯାଏଁ କୌଣସି ସୂଚନା ଦିଆଯାଇନାହିଁ।