ମୁଖ୍ୟ ଖବର

୩୦ ଦିନ ବଦଳରେ ୪ ଦିନ ଚାଲିଲା ବିଧାନସଭା: ବିରୋଧୀଙ୍କୁ ବିଧାୟକ ସାମ୍ନା କରିପାରୁନାହାନ୍ତି ବୋଲି ଅଭିଯୋଗ ଆଣିଲେ ରୁଦ୍ର ପାଣି

By Angul TV Bureau

November 25, 2023

ଅନୁଗୁଳ: ଓଡ଼ିଶା ସରକାର ଠିକ ଭାବେ ଚଲାଇ ପାରୁନାହାନ୍ତି ବିଧାନସଭା। ନଭେମ୍ବର ୨୧ରୁ ଆରମ୍ଭ ହୋଇଥିବା ୩୦ ଦିନର ବିଧାନସଭା ଅଧିବେଶନକୁ ମାତ୍ର ୪ ଦିନରେ ସରକାର ବନ୍ଦ କରିଛନ୍ତି, ଯାହାକି ଗଣତନ୍ତ୍ର ପ୍ରତି ବିପଦ ସଂକେତ ବୋଲି ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି ପ୍ରକାଶ କରିଛନ୍ତି। ସେ କହିଛନ୍ତି, ବିରୋଧୀ ଦଳ ବିଧାୟକଙ୍କୁ ସରକାର ସାମ୍ନା କରି ପାରୁନାହାନ୍ତି। ବିଧାନସଭାରେ ରାଜ୍ୟର ସାଧାରଣ ଲୋକଙ୍କ ସମସ୍ୟାକୁ ବିଧାୟକମାନେ ଉପସ୍ଥାପନ କରିଥାନ୍ତି ଏବଂ ସରକାର ଏ ଦିଗରେ ପଦକ୍ଷେପ ନେଇ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ କରାଯାଇଥାଏ କିନ୍ତୁ ରାଜ୍ୟରେ ଏକ ଅଗଣତାନ୍ତ୍ରୀଙ୍କ ସରକାର ଚାଲିଛି। ଲୋକପ୍ରତିନିଧି, ବିଧାୟକ, ମନ୍ତ୍ରୀ ମାନଙ୍କର କୌଣସି କ୍ଷମତା ନାହିଁ; କେବଳ ସରକାରୀ ଅଫିସର ମାନଙ୍କର ଶାସନ ଚାଲିଛି ବୋଲି ଶ୍ରୀ ପାଣି ଅଭିଯୋଗ କରିଛନ୍ତି।