ମୁଖ୍ୟ ଖବର

ବିଧାନସଭାରେ କଣିହାଁ ବ୍ଲକର ଦଲକ- ଝରଣ ପାଇଁ ପ୍ରଶ୍ନ କଲେ ବିଧାୟକ, ଖୁବ ଶୀଘ୍ର କାର୍ଯ୍ୟକ୍ଷମ କରାଇବାକୁ ଦେଲେ ପ୍ରତିଶ୍ରୁତି

By Angul TV Bureau

July 29, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲାସ୍ଥିତ କଣିହାଁ ବ୍ଲକ ଦଳକ ପଞ୍ଚାୟତର ଦଲକ- ଝରଣ ଏମଆଇପି ନେଇ ଆଜି ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି। ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ସେ ଦାବି କରିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି, ୨୦୦୧ ମସିହାରେ ବିଜୁ ଜନତା ଦଳ ସରକାରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସି ଦଲକ- ଝରଣର ଶୁଭ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ର ପରିବହନ ମନ୍ତ୍ରୀ ଡ. ଦେବେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ଏହି ପ୍ରକଳ୍ପ ହେଲେ ୨୦୦୦ ହେକ୍ଟର ଜମିରେ ଜଳ ସେଚନ ହେବ ଓ ତିନିଟି ପଞ୍ଚାୟତ ଉପକୃତ ହେବେ। କିନ୍ତୁ ଶିଳାନ୍ୟାସକୁ ୨୪ ବର୍ଷ ହୋଇଥିଲେ ମଧ୍ୟ ଆଜି ଯାଏଁ ଏହା କାର୍ଯ୍ୟକ୍ଷମ ହୋଇ ପାରିନାହିଁ ବୋଲି ବିଧାୟକ କହିଥିଲେ।

ଆଜି ବିଧାୟକ ଅଶୋକ ମହାନ୍ତି ପ୍ରଶ୍ନ କରି ଏହାର ସ୍ଥିତି ଓ ଅବସ୍ଥା ସମ୍ପର୍କରେ ପଚାରିଥିଲେ ଓ ଆଗାମୀ ଦିନରେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।