ମୁଖ୍ୟ ଖବର

ମୃତ ସୁଭଦ୍ରାର ପରିବାରକୁ ସାହାଯ୍ୟ: ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ୪ଲକ୍ଷ ଟଙ୍କା ସହାୟତା ପ୍ରଦାନ

By Angul TV Bureau

May 28, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ମଙ୍ଗଳବାର ଲୋଧାଝରି ଗ୍ରାମ ଗସ୍ତ କରି ମୃତ ସୁଭଦ୍ରା ପଦିଲି ପରିବାରଙ୍କୁ ସାକ୍ଷାତ କରି ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ବିଧାୟକଙ୍କ ସହ କଣିହାଁ ବିଡିଓ ତ୍ରିବିକ୍ରମ କୁମୁରା, ତହସିଲଦାର ଚିନ୍ମୟ ଦାସ, ଅଧୀକ୍ଷଣ ଯନ୍ତ୍ରୀ ସଲିଳ କୁମାର ସ୍ୱାଇଁ, ବାଲିପଶି ସରପଞ୍ଚ ହାଡ଼ିବନ୍ଧୁ ସେଠୀ ଓ କର୍ମୀ ଉପସ୍ଥିତ ଥିଲେ। ସମସ୍ତଙ୍କ ଉପସ୍ଥିତିରେ ମୃତ ସୁଭଦ୍ରାର ବାପା ପଞ୍ଚାନନ ପଦିଲିକୁ ୪ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ହତ୍ୟାକାରୀକୁ ଗିରଫ କରାଯାଇଛି, ଦୋଷୀକୁ କଠୋର ଦଣ୍ଡ ପ୍ରଦାନ କରାଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଜେପିର ବରିଷ୍ଠ ନେତା ନୃସିଂହ ଚରଣ ବରାଳ, ତ୍ରିପୁରାରି ପ୍ରଧାନ, ବିନୟ ପ୍ରଧାନ, ମଣ୍ଡଳ ସଭାପତି ହରେକୃଷ୍ଣ ପ୍ରଧାନ, ନିଶାକର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।