ଅନ୍ୟାନ୍ୟ

ନୂତନ ଅଷ୍ଟପ୍ରହରୀ ମଣ୍ଡପ ଉଦଘାଟନ କଲେ ବ୍ଲକ ଅଧ୍ୟକ୍ଷ

By Angul TV Bureau

November 05, 2022

ଅନୁଗୁଳ : ଅନୁଗୁଳ ନିର୍ବାଚନ ମଣ୍ଡଳୀ ବଅଁରପାଳ ବ୍ଲକ ବନ୍ଦା ପଞ୍ଚାୟତ ଝଜିରିବାହାଳର ବାଲି ସାହି ଠାରେ ବିଧାୟକ ତଥା ଉପ-ବାଚସ୍ପତି ରଜନୀକାନ୍ତ ସିଂହଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ନିର୍ମିତ ନୂତନ ଅଷ୍ଟପ୍ରହରୀ ମଣ୍ଡପ ଆଜି ଉଦଘାଟିତ ହୋଇଛି। ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଣ୍ଡପ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସରପଞ୍ଚ ନକୁଳ ସାହୁ, ସମିତି ସଭ୍ୟ ଦୁଷ୍ମନ୍ତ ଗଡ଼ନାୟକ, ଅରୁଣାଭ ସିଂହ, ବାଉରିବନ୍ଧୁ ସାହୁ, ମଞ୍ଜୁଲତା ସାହୁ, ନିର୍ମଳ ଗଡନାୟକ, ନିର୍ମଳ ସାହୁ, ଅଦ୍ୱୈତ ସାହୁ, ଅଭି ସାହୁ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ।