ଅନ୍ୟାନ୍ୟ

ରାସ୍ତା କଡ଼ରେ ମାଂସ କଟା ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ପଣ୍ଡିତ ଭାସ୍କରଜୀ, ନଚେତ୍ ଆମରଣ ଅନଶନ ପାଇଁ ଦେଲେ ଚେତାବନୀ

By Angul TV Bureau

July 12, 2023

ଅନୁଗୁଳ: ରାସ୍ତା କଡ଼ରେ ମାଂସ କଟା ବନ୍ଦ କରିବା ପାଇଁ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଛନ୍ତି ଗାୟତ୍ରୀ ଆଶ୍ରମର ପ୍ରତିଷ୍ଠାତା ଏବଂ ଶ୍ରୀ ଜଗନ୍ନାଥ ପୁରୀ ବହି ଲେଖକ ପଣ୍ଡିତ ଶ୍ରୀ ଭାସ୍କରଜୀ। ସେ ଅଭିଯୋଗ କରିଛନ୍ତି, ରାସ୍ତା କଡ଼ରେ ମାଂସ କଟା ଯାଉଥିବା ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି। କୌଣସି ସୁଫଳ ନ ମିଳିବାରୁ ଆଜି ବାଧ୍ୟ ହୋଇ ମାଂସ କଟାକୁ ବନ୍ଦ କରିବା ପାଇଁ ସେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଯଦି ୧୫ ଦିନ ମଧ୍ୟରେ ରାସ୍ତା କଡ଼ରେ ମାଂସ କଟା ବନ୍ଦ ନ କରାଯାଏ, ତେବେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ପଣ୍ଡିତ ଶ୍ରୀ ଭାସ୍କର ଜୀ। ଏନେଇ ପଦକ୍ଷେପ ନେବେ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।