ଅନ୍ୟାନ୍ୟ

ଶୁଣିଲାନି ପୋଲିସ, ନ୍ୟାୟ ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହେଲେ ଦମ୍ପତି

By Angul TV Bureau

April 03, 2024

ଅନୁଗୁଳ: ଶୁଣିଲାନି ପୋଲିସ। ବାଧ୍ୟ ହୋଇ ନ୍ୟାୟ ପାଇବା ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି ଛେଳିଆପଡ଼ା ଗ୍ରାମର ଦମ୍ପତି।

ସୂଚନା ମୁତାବକ, ଗତ ମାର୍ଚ୍ଚ ୨୫ ତାରିଖ ଦିନ ଛେଳିଆପଡା ଗ୍ରାମର ବିନୋଦ ସ୍ୱାଇଁ ଏବଂ ବାସନ୍ତୀ ସ୍ୱାଇଁଙ୍କୁ ସେହି ଗ୍ରାମର କିଛି ଲୋକ ଘର ଭିତରେ ପଶି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ। ବାସନ୍ତୀ ସ୍ୱାଇଁଙ୍କୁ ରକ୍ତାକ୍ତ କରି ଦେଇଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଏ ଘଟଣା ବାବଦରେ ସେମାନେ ସଦର ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ତାଙ୍କ କଥା ଶୁଣି ନ ଥିଲା। ଏଣୁ ନ୍ୟାୟ ପାଇବା ପାଇଁ ଏହି ଦମ୍ପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି।