ଅନ୍ୟାନ୍ୟ

ବାଜପେୟୀଙ୍କ ୧୦୦ ତମ ପୁଣ୍ୟ ତିଥି: ବରିଷ୍ଠ ସାମ୍ବାଦିକ ଧୀରମୋହନ ରାୟଙ୍କୁ ଅଟଳ ସେବାରତ୍ନ ସମ୍ମାନ

By Angul TV Bureau

December 28, 2024

ଅନୁଗୁଳ: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ ତମ ପୁଣ୍ୟ ତିଥି ତଥା ସୁଶାସନ ଦିବସ ଅବସରରେ ଭୁବନେଶ୍ବରର ପ୍ରତିଷ୍ଠିତ ଅନୁଷ୍ଠାନ ସେବା ସହଯୋଗ ସଚେତନ ଟ୍ରଷ୍ଟ (ଏସଏସଏସଟି) ପକ୍ଷରୁ ଓଡ଼ିଶା ଡିପ୍ଲୋମା ସର୍ଭିସ୍ ଆସୋସିଏସନ୍ ପରିସରରେ ଏକ ସ୍ମୃତି ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ଆୟୋଜିତ ହୋଇଛି। ଏ ଅବସରରେ ନିଃସର୍ତ୍ତ ସେବା କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ତାଳଚେରର ବରିଷ୍ଠ ସାମ୍ବାଦିକ ଧୀରମୋହନ ରାୟଙ୍କୁ ଅଟଳ ସେବା ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ରାଜ୍ୟପାଳ ତଥା ନରେନ୍ଦ୍ର ମୋଦି ଷ୍ଟଡି ସେଣ୍ଟରର ଉପଦେଷ୍ଟା ପରିଷଦର ଅଧ୍ୟକ୍ଷ ବିଶ୍ବଭୂଷଣ ହରିଚନ୍ଦନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ଓ ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ନ୍ୟାୟାଧୀଶ ପ୍ରମଥ ପଟ୍ଟନାୟକ ଏବଂ ଭୁବନେଶ୍ବର ମଣ୍ଡଳର ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଅଧ୍ୟକ୍ଷ ସଞ୍ଜୟ ପଟ୍ଟନାୟକ, ସାଧାରଣ ସମ୍ପାଦକ ସୁକାନ୍ତ ମହାନ୍ତି, କୋଷାଧ୍ୟକ୍ଷ ବାଳକୃଷ୍ଣ ରାଉତଙ୍କ ସମେତ ବରିଷ୍ଠ ନାଗରିକ, ବିଭିନ୍ନ ସାମାଜିକ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା, ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ।