ମୁଖ୍ୟ ଖବର

ଦେଶରେ ପ୍ରଥମ: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଲାଗିଲା ଏଟିଜି ଅଟୋମେଟିକ ସିଷ୍ଟମ୍

By Angul TV Bureau

December 29, 2022

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ଲୋଟୋ ଟାଇପ ସିଷ୍ଟମ ଉଦଘାଟିତ ହୋଇଛି। ଆଜି ବିମାନବନ୍ଦରର ଟେକ୍ନିକାଲ ଡିଜିଟାଲ ବିଲଡିଂରେ ଏଟିଜି ଅଟୋମେଟିକ ସିଷ୍ଟମର ଟାୱାର ଲଗାଯାଇଛି। ଏହାକୁ ଭାରତ ଇଲେକ୍ଟ୍ରୋନିକ ଲିମିଟେଡ଼ ସହାଭାଗିତାରେ ନିର୍ମାଣ କରାଯାଇଛି। ଡିଜିଟାଲ ବିଲଡିଂରେ ଲାଗିଥିବା ଏହି ଟାୱାର ସାହାଯ୍ୟରେ ବିମାନବନ୍ଦରର ଟ୍ରାଫିକ କଣ୍ଟ୍ରୋଲ, ଟ୍ରାଫିକ ମ୍ୟାନେଜମେଣ୍ଟ, ଏରିଆ କଣ୍ଟ୍ରୋଲ ସେଣ୍ଟର ଗୁଡିକ ଅଧିକ ବ୍ୟାପକ କରାଯାଇପାରିବ। ସୂଚନାଯୋଗ୍ୟ ଯେ ଭାରତବର୍ଷରେ ପ୍ରଥମଥର ପାଇଁ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଏଭଳି ଅତ୍ୟାଧୁନିକ ଟାୱାର ଡିଜିଟାଲ ବିଲଡିଂରେ ନିର୍ମାଣ କରାଯାଇଛି। ଏହି ଟାୱାରର ସଫଳତାକୁ ଅନୁଧ୍ୟାନ କରିବା ପରେ ଦେଶର ଅନ୍ୟ ବିମାନବନ୍ଦରରେ ମଧ୍ୟ ଏଭଳି ଅତ୍ୟାଧୁନିକ ଟାୱାର ନିର୍ମାଣ କରାଯିବାକୁ ଯୋଜନା ରଖାଯାଇଥିବା ଜଣାଯାଇଛି।