ମୁଖ୍ୟ ଖବର

ଆଠମଲ୍ଲିକ ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଘର ସମେତ ୯ଟି ଯାଗାରେ ରେଡ୍

By Angul TV Bureau

April 16, 2025

ଅନୁଗୁଳ: ଆଠମଲ୍ଲିକ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍‌। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଆଠମଲ୍ଲିକ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ସରକାରୀ ବାସଭବନ ଓ ପୈତୃକ ଘର ସମେତ ମୋଟ ୯ଟି ଯାଗାରେ ରେଡ୍ କରିଛି।

ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଆଠମଲ୍ଲିକ ସରକାରୀ ବାସଭବନ, କାର୍ଯ୍ୟାଳୟ ସମେତ ଢେଙ୍କାନାଳ ସହର ଗାୟତ୍ରୀ ନଗରସ୍ଥିତ ବାସଭବନ, ଢେଙ୍କାନାଳ ସଦର ବ୍ଲକ ଅଞ୍ଚଳରେ ଥିବା ପୈତୃକ ଘରେ ମଧ୍ୟ ରେଡ୍ ଚାଲିଥିବା ସୂଚନା ମିଳିଛି।