ଅନ୍ୟାନ୍ୟ

ଆଠମଲ୍ଲିକ ବିଜେପି ପକ୍ଷରୁ ସେବା ପକ୍ଷ ପାଳିତ: ରକ୍ତଦାନ ଶିବିରରେ ୧୦୧ ୟୁନିଟ୍ ରକ୍ତ ସଂଗୃହୀତ

By Angul TV Bureau

September 25, 2024

ଅନୁଗୁଳ: ଆଠମଲ୍ଲିକ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୪ ତମ ଜନ୍ମ ଦିନ ସେପ୍ଟେମ୍ବର ୧୭ ଠାରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅକ୍ଟୋବର ୨ଯାଏଁ ସେବା ପକ୍ଷରେ ମେଗା ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ସ୍ଥାନୀୟ ଏନ୍ଏସି କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଛି। ଏଥିରେ ମୋଟ ୧୦୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟର ରେଡକ୍ରସ ରକ୍ତ ଭଣ୍ଡାର ପକ୍ଷରୁ ଡକ୍ଟର କୁମାର ସୌରଭ ସବ୍ୟସାଚୀ ବେଉରା ରକ୍ତଦାତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ପଥିଲୋଜିଷ୍ଟ ମୁକେଶ କୁମାର ଦେହୁରୀ, ଷ୍ଟାଫ ନର୍ସ ସ୍ନିଗ୍ଧା ରାଣୀ ସିଂ, ରବିନ୍ଦ୍ର କୁମାର ମହାନ୍ତି, ରାକେଶ ଦତ୍ତ, ସୁକାନ୍ତ ସାହୁ ପ୍ରମୁଖ ରକ୍ତଦାତାଙ୍କ ନାମ ପଞ୍ଜିକରଣ ଓ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ। ପ୍ରବର୍ତ୍ତକ ଭାବେ ରାଧା ମୋହନ ତ୍ରିପାଠୀ ଉପସ୍ଥିତ ଥିଲେ।

ବିଜେପି ନେତା ସଞ୍ଜୀବ ସାହୁ ଶିବିର ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବରେ ଜିଲ୍ଲା ସଭାପତି ଦିଲେଶ୍ୱର୍ ପ୍ରଧାନ, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ସାଏ, ପୂର୍ବତନ ନଗରପାଳ ସନ୍ତୋଷ ହୋତା, ଜିଲ୍ଲା ସାଧାରଣ ସମ୍ପାଦକ ଭବାନୀ ପ୍ରସାଦ ଜ୍ୟୋତିଷ ରାୟ, ନଗର ମଣ୍ଡଳ ସଭାପତି ଅବନୀ ପ୍ରଧାନ ଶିବିର ପରିଚାଳନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ଅର୍ଜୁନ ସାହୁ, ଜିଲ୍ଲା ସମ୍ପାଦକ ଚିତ୍ତରଞ୍ଜନ ମେହେର, ଜିଲ୍ଲା କୋଷାଧ୍ୟକ୍ଷ ବିଶ୍ୱଜିତ୍ ମିଶ୍ର, ଆଇନଜୀବୀ ଅଞ୍ଜନ ପ୍ରଧାନ, ପରେଶ୍ ଦେଓ, ପିନା ପାଣିଗ୍ରାହୀ, ନଗର ଯୁବମୋର୍ଚ୍ଚା ସଭାପତି ନୂତନ ବେହେରା, ମନ୍ତ୍ରୀଙ୍କ କିଶୋରନଗର ବ୍ଲକ ପ୍ରତିନିଧି ସରୋଜ ସାହୁ, ଅନୁଗୁଳ ବ୍ଲକ ପ୍ରତିନିଧି ପ୍ରଦୀପ ପ୍ରଧାନ, ଆଠମଲ୍ଲିକ ବ୍ଲକ ପ୍ରତିନିଧି ପ୍ରକାଶ ସାହୁ, ବରିଷ୍ଠ ନେତା ହୃଦାନନ୍ଦ ପ୍ରଧାନ, ପ୍ରକାଶ କୁମାର ଡାଙ୍ଗ, ପୂର୍ବତନ ସରପଞ୍ଚ ପ୍ରଭାକର ପ୍ରଧାନ, ଦିଲ୍ଲୀପ ପାତ୍ର, ବିଜୟ ପାତ୍ର, ସୁଶୀଲ ମହାକୁଡ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।