ମୁଖ୍ୟ ଖବର

ଓଁ ନମଃ ଶିବାୟ! ଦେଉଳଝରୀର ବାବା ସିଦ୍ଧେଶ୍ୱର ମହାଦେବଙ୍କୁ ପାଣିଲାଗି କଲେ ଶହଶହ କାଉଡ଼ିଆ

By Angul TV Bureau

July 14, 2025

ଅନୁଗୁଳ: ଶ୍ରାବଣ ସୋମବାରରେ ସବୁ ଶୈବ କ୍ଷେତ୍ରରେ କାଉଡ଼ିଆଙ୍କ ଭିଡ଼ ଜମିଛି। ଅନୁଗୁଳ ଜିଲ୍ଲା ଆଠମଲ୍ଲିକସ୍ଥିତ ପ୍ରସିଦ୍ଧ ଶୈବପୀଠ ଦେଉଳଝରୀର ବାବା ସିଦ୍ଧେଶ୍ୱର ମହାଦେବଙ୍କୁ ପାଣିଲାଗି କରିବାକୁ ଶହଶହ ସଂଖ୍ୟାରେ କାଉଡ଼ିଆ ସମବେତ ହୋଇଛନ୍ତି। ଅନୁଗୁଳ, ବୌଦ୍ଧ, ସମ୍ବଲପୁର ଅଞ୍ଚଳରୁ କାଉଡ଼ିଆ ମାନେ ଶିବ ଲିଙ୍ଗରେ ଜଳ ଲାଗି କରିଛନ୍ତି। କାଉଡିଆ ମାନେ ଧାଡ଼ିରେ ଯାଇ ଜଳଲାଗି କରିଥିଲେ। ଶାନ୍ତିଶୃଙ୍ଖଳା ପାଇଁ ସ୍ଥାନୀୟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

ମନ୍ଦିର ପରିଚାଳନା କମିଟି ପକ୍ଷରୁ ସଭାପତି ଧାର୍ମିକ ପରିଛା ଓ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଦେହୁରୀଙ୍କ ସମେତ ସମସ୍ତ ପୂଜକ ସହଯୋଗ କରିଥିଲେ। କାଉଡ଼ିଆଙ୍କ ପାଇଁ ଜରୁରୀକାଳୀନ ସେବା ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା।