ଅନ୍ୟାନ୍ୟ

ଧଡ଼ରପାଳ ଗସ୍ତରେ ବିଧାୟକ, ଖୁବଶୀଘ୍ର ଗାଁରେ ନଳକୂପ ଖୋଳିବାକୁ ଦେଲେ ପ୍ରତିଶ୍ରୁତି

By Angul TV Bureau

April 13, 2025

ଅନୁଗୁଳ: ଶନିବାର ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଧଡ଼ରପାଳ ପଞ୍ଚାୟତର ଧଡ଼ରପାଳ ଗ୍ରାମ ଗସ୍ତ କରି ଗାଁ ଲୋକଙ୍କ ସହ ଆଲୋଚନା କରିଛନ୍ତି ଆଠମଲ୍ଲିକ

ବିଧାୟକ ନଳିନୀକାନ୍ତ ପ୍ରଧାନ। ବିଧାୟକ ଗାଁ କୋଠ ଘରେ ଅଞ୍ଚଳବାସୀଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ଗ୍ରାମରେ ପିଇବା ପାଣି ପାଇଁ ନୂତନ ନଳକୂଅ ଖୋଳା ଯାଇଥିବା ବେଳେ ନିର୍ବାଚନ ସମୟରେ ଦେଇଥ‌ିବା ସମସ୍ତ ପ୍ରତିଶ୍ରୁତିକୁ ପୂରଣ କରାଯିବ ବୋଲି ସେ କହିଥିଲେ।ଏହି ଆଲୋଚନାରେ ବିଜେଡି ନେତା ସଦାଶିବ ନାୟକ, ଧଡରପାଳ ସରପଞ୍ଚ କ୍ଷମାନିଧି ପ୍ରଧାନ, ବାବୁଲା ପ୍ରଧାନ, ସୁଦେଇ ସାହୁ, ବଡ଼ବାହାନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।