ମୁଖ୍ୟ ଖବର

ଆଠମଲ୍ଲିକ ନୂତନ ବିଡ଼ିଓଙ୍କ କାର୍ଯ୍ୟରେ ଯୋଗଦାନ

By Swagatika Samantray

September 20, 2022

ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ସୌଭାଗ୍ୟ ବେହେରା ମଙ୍ଗଳବାର ସନ୍ଧ୍ୟାରେ କାର୍ଯ୍ୟରେ ଯୋଗ ଦେଇଛନ୍ତି।

ଶ୍ରୀ ବେହେରା ମଙ୍ଗଳବାର ପ୍ରଥମେ ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ସାକ୍ଷାତ କରିଥିଲେ। ସନ୍ଧ୍ୟାରେ ଆଠମଲ୍ଲିକ ଆସି ବ୍ଲକ କାର୍ଯ୍ୟାଳୟରେ ଅତିରିକ୍ତ ବିଡ଼ିଓ ଦିଲ୍ଲୀପ ପ୍ରଧାନଙ୍କ ଠାରୁ ନୂତନ ବିଡ଼ିଓ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ପରେ ଉପଜିଲ୍ଲାପାଳ ତରଣୀ ସୁନାଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିଥିବା ଜଣାଯାଇଛି। ଶ୍ରୀ ବେହେରା ଏହା ପୂର୍ବରୁ ବରଗଡ଼ ଜିଲା ଅତାବିରା ଠାରେ ତହସିଲଦାର ଭାବେ କାର୍ଯ୍ୟରତ ଥିଲେ।