ପ୍ରତିଭା ଓ ବ୍ୟକ୍ତିତ୍ୱ

ଖୁସି ଖବର! ଏମବିବିଏସ ପଢ଼ି ଡାକ୍ତରାଣୀ ହେଲେ ଆଠମଲ୍ଲିକର ଝିଅ ଶୁଭଲକ୍ଷ୍ମୀ

By Angul TV Bureau

April 10, 2023

ଆଠମଲ୍ଲିକ: ଆଠମଲ୍ଲିକର ବରିଷ୍ଠ ଆଇନଜୀବୀ ବାମନ କୁମାର ମିଶ୍ର ଓ ଶୈଳବାଳା ମିଶ୍ରଙ୍କ କନ୍ୟା ଶୁଭଲକ୍ଷ୍ମୀ ମିଶ୍ର ବୁର୍ଲା ସରକାରୀ ମେଡିକାଲ କଲେଜରେ ୫ ବର୍ଷ ଡାକ୍ତରୀ ଶିକ୍ଷା ଅଧ୍ୟୟନ କରିସାରି ସ୍ୱର୍ଣ୍ଣ ପଦକ ସହ ଏମବିବିଏସ ଡିଗ୍ରୀ ହାସଲ କରିଛି। ସେ ବୁର୍ଲା ଚିକିତ୍ସାଳୟରେ ବର୍ଷେ କାଳ ଆବାସପ୍ରାପ୍ତ ଡାକ୍ତର ଭାବେ ଟ୍ରେନିଂ ନେଇ ସଫଳତାର ସହ କୃତକାର୍ଯ୍ୟ ହୋଇଥିବା ଜଣାଯାଇଛି।

ଶୁଭଲକ୍ଷ୍ମୀ ୨୦୧୭ ମସିହା ସେପ୍ଟେମ୍ବର ମାସରେ ଡାକ୍ତରୀ ଶିକ୍ଷାପାଇଁ ଯୋଗ ଦେଇଥିଲେ। ଗତ ୨୦୨୩ ଏପ୍ରିଲ ୮ ତାରିଖ ଦିନ ବୁର୍ଲା ମେଡିକାଲ କଲେଜରେ ଡାକ୍ତରୀ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସେହି କାର୍ଯ୍ୟକ୍ରମରେ ଶୁଭଲକ୍ଷ୍ମୀ ମିଶ୍ରଙ୍କୁ ମଧ୍ୟ ଡାକ୍ତରୀ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଏହି ସଫଳତା ପରେ ସବୁ ଆଡୁ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିଛି।