ଘଟଣା ଓ ଦୁର୍ଘଟଣା

ଜମିବାଡ଼ି ବିବାଦ ହେଲା କାଳ : ପଡ଼ୋଶୀଙ୍କ ଟାଙ୍ଗିଆ ଚୋଟରେ ଜଣେ ଗୁରୁତର

By Angul TV Bureau

October 13, 2024

 

ଅନୁଗୁଳ: ଜମି ବିବାଦକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିଛନ୍ତି ପଡ଼ୋଶୀ। ପଡୋଶୀଙ୍କ ଚୋଟରେ କୀର୍ତ୍ତନ ସେଠୀ(୪୫) ଗୁରୁତର ହୋଇଛନ୍ତି। ଅନୁଗୁଳ ଜିଲ୍ଲା କଣିହାଁ ଥାନା ଇଲାକା କଂସମୁଣ୍ଡା ଗ୍ରାମରେ ଏଭଳି ଘଟଣା ସାମ୍ନାକୁ ଆସିଛି।

ସୂଚନା ମୁତାବକ, କୀର୍ତ୍ତନ ଓ ତାଙ୍କ ପଡ଼ୋଶୀଙ୍କ ସହିତ ଦୀର୍ଘଦିନ ହେଲା ଜମି ବିବାଦ ରହିଥିଲା। ଗୁରୁବାର ପୂର୍ବାହ୍ନରେ ବିବାଦ ଉଗ୍ର ରୂପ ନେଇଥିଲା। ଉତକ୍ଷିପ୍ତ ହୋଇ ପଡୋଶୀ ଏକ ଟାଙ୍ଗିଆରେ କୀର୍ତ୍ତନଙ୍କ ମୁଣ୍ଡର ପଛପାର୍ଶ୍ବକୁ ଓ ପିଠିକୁ ହାଣି ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କଣିହାଁ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।