ଘଟଣା ଓ ଦୁର୍ଘଟଣା

ଦମ୍ପତିଙ୍କୁ ଆକ୍ରମଣ: ଗାଡି ଭାଙ୍ଗିଲେ, ମନିପର୍ସ ନେଇ ଚମ୍ପଟ ମାରିଲେ

By Angul TV Bureau

September 23, 2025

ଅନୁଗୁଳ: ସ୍ଥାନୀୟ ଗୀତାଗ୍ରାମରେ ଜଣେ ଦମ୍ପତିଙ୍କୁ ଦୁଇ ଯୁବକ ଆକ୍ରମଣ କରିଛନ୍ତି। ରାଣୀଗୋଡ଼ା ଗ୍ରାମର ଦୀପୁନ ବେହେରା ଓ ତାଙ୍କ ସ୍ତ୍ରୀ ପାୟଲ ବିଶ୍ଵାଳ ରବିବାର ସକାଳେ ଘରୁ ଆସୁଥିବାବେଳେ ଏହି ଘଟଣା ଘଟିଛି। ଅଭିଯୁକ୍ତମାନେ ଉଭୟଙ୍କୁ ମାରପିଟ କରିବା ସହିତ ଗାଡିର କାଚ ଭାଙ୍ଗିଦେଇଥିଲେ ଓ ପାୟଲଙ୍କ ମନିପର୍ସ ନେଇ ପଳାଇଥିଲେ। ଏନେଇ ଟାଉନ୍ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ସହ, ପୋଲିସ ଏକ ମାମଲା  ରୁଜୁ କରି ତଦନ୍ତ ଆରମ୍ଭ କରିଛି।