ଅନୁଗୁଳ: ଅନୁଗୁଳ ଥାନା ହୁଲୁରୁସିଂହାର ଗଗନ ସାହୁଙ୍କ ପୁଅ ମୁନା ସାହୁ(୨୭)ଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଡ଼େରେଜାଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପରୁ ଲିଙ୍ଗରା ଜୋରରେ ପାଣି ଛଡ଼ା ଯାଇଥିଲା। ଏହି ପାଣି ଦେଖିବା ପାଇଁ ସେଠାକୁ ମୁନା ଯାଇଥିଲେ। ଏହି ସମୟରେ ସେଠାରେ ଗାଁର ଦିନେଶ ମହାପାତ୍ର ଓ ରାଜୁ ମହାପାତ୍ର ପହଞ୍ଚି ମୁନାଙ୍କୁ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ । ଏହାକୁ ମୁନା ପ୍ରତିବାଦ କରିବାରୁ ଦିନେଶ ଓ ରାଜୁ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ମୁନା ଗୁରୁତର ଆହତ ହୋଇଛନ୍ତି। ଏ ନେଇ ମୁନା ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଥାନାରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।