ଘଟଣା ଓ ଦୁର୍ଘଟଣା

ଜମିବାଡ଼ି ପାଇଁ ଆଈଙ୍କୁ ଆକ୍ରମଣ, ନାତି ଗିରଫ

By Angul TV Bureau

June 30, 2022

ଅନୁଗୁଳ: ଆଈଙ୍କୁ ଆକ୍ରମଣ କରି ନାତି ଗିରଫ। ଜମିବାଡ଼ି ମାମଲାକୁ ନେଇ ଅନୁଗୁଳ ବ୍ଲକ ଇଙ୍କରବନ୍ଧ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ, ଇଙ୍କରବନ୍ଧର ରେନି ଘଡେଇଙ୍କ ଝିଅ ସଦର ଥାନା ଅନ୍ତର୍ଗତ କାଙ୍ଗୁଲାରେ ବିବାହ କରିଛନ୍ତି। ଝିଅର ପୁଅ ବବଲୁ ଜମିବାଡ଼ି ନେଇ ଆଈ ରେନି ସହ ବାରମ୍ବାର ଝଗଡ଼ା କରୁଥିଲେ। ଆଜି ଏହି କାରଣରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଫଳରେ ଉତକ୍ଷିପ୍ତ ହୋଇ ବବଲୁ ଆଈଙ୍କୁ ମାରପିଟ୍ କରିଛନ୍ତି। ଏ ନେଇ ଅନୁଗୁଳ ସଦର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ନାତି ବବଲୁ ଘଡ଼େଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।