ମୁଖ୍ୟ ଖବର

ପରିବାରକୁ ମରଣାନ୍ତକ ଆକ୍ରମଣ, ୧୦ ଜଣ ସଦସ୍ୟ ଗୁରୁତର; କାରଣ ଅସ୍ପଷ୍ଟ

By Angul TV Bureau

November 13, 2025

ଅନୁଗୁଳ: ଅନୁଗୁଳରେ ଗୋଟିଏ ପରିବାରକୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣରେ ୧୦ଜଣ ଗୁରୁତର ହୋଇଛନ୍ତି।

ସୂଚନା ମୁତାବକ, ଅନୁଗୁଳ ସଦର ଥାନା ଅନୁର୍ଗତ କରଡ଼ାଗାଡ଼ିଆ ଗ୍ରାମରେ ଏକ ସାହି ପକ୍ଷରୁ କାର୍ତ୍ତିକେଶ୍ୱର ପୂଜା ଭସାଣି ହେଉଥ‌ିଲା। ସେହି ସମୟରେ ବିଶ୍ବଜିତ୍ ଦେହୁରୀ କୌଣସି କାମରେ ବାହାରକୁ ଯାଇ ଘରକୁ ଫେରି ଥିଲେ। ବାଟରେ ଭସାଣି କରୁଥ‌ିବା କିଛି ଯୁବକ ବିଶ୍ବଜିତଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରି ପଳାଇ ଯାଇଥିଲେ। ବିଶ୍ବଜିତଙ୍କ ପରିବାର ଲୋକ କଣ ହେଲା ବୋଲି ବାହାରକୁ ଆସିବାରୁ ପୁଣି ଆଉ କିଛି ଯୁବକ ଆସି ମାରଣାସ୍ତ୍ରରେ ପରିବାର ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରି ପଳାଇ ଯାଇଥିଲେ।

ଆକ୍ରମଣରେ ପରିବାର ୧୦ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ସଦର ପୁଲିସ ସମସ୍ତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଗୁରୁତରଙ୍କ ମୁଣ୍ଡ, ହାତ, ପେଟ, ପିଠିରେ ଗଭୀର ଆଘାତ ଲାଗିଛି। ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରୁଥିବା ଜଣାଯାଇଛି।