ମୁଖ୍ୟ ଖବର

ସୁନା ବେଶ୍ ବେଳେ ମହିଳାଙ୍କ ବେକରୁ ଚେନ୍ ଟାଣିବା ଉଦ୍ୟମ ବିଫଳ

By Biswaranjan Pattnaik

July 25, 2026

ଅନୁଗୋଳ: ଶୈଳ ଶ୍ରୀକ୍ଷେତ୍ର ଅନୁଗୋଳ ବଡ଼ ଦାଣ୍ଡରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସୁନା ବେଶ୍ ଦେଖିବା ପାଇଁ  ଭକ୍ତଙ୍କ ଭିଡ଼। ଭକ୍ତିର ସେଇ ମୁହୂର୍ତ୍ତରେ ହିଁ ଜଣେ ମହିଳାଙ୍କ ସହ ଅଘଟଣ ଘଟିଯାଇଥାନ୍ତା। ଘଟଣା ଅନୁଯାୟୀ, ଜଣେ ମହିଳା ଠାକୁରଙ୍କୁ ମୁଣ୍ଡ ନୁଆଁଇ ଭକ୍ତିରେ ପ୍ରଣାମ କରୁଥିବା ବେଳେ ଭିଡ଼ର ସୁଯୋଗ ନେଇ ଜଣେ ଦୁର୍ବୃତ୍ତ ତାଙ୍କ ବେକରୁ ସୁନା ଚେନ୍ ଟି ଛିଣ୍ଡାଇ ନେବାକୁ ଉଦ୍ୟମ କରିଥିଲା। ମହିଳା ଜଣକ ହଠାତ୍ ଚେତାପାଇ ବୁଲି ପଡିବାରୁ ଚେନ୍ ଟି ଛିଣ୍ଡି ତାଙ୍କ ବେକରେ ହିଁ ରହିଯାଇଥିଲା। ନଚେତ୍ ବଡ଼ ବିପଦ ହୋଇଯାଇଥାନ୍ତା।ଏହି ମଉକାରେ ଲୁଟେରା ଜଣକ ଭିଡ଼ ମଧ୍ୟରେ ଫେରାର୍ ହୋଇଯାଇଥିଲା।

ଭକ୍ତି କରିବାକୁ ଆସିଥିବା ଲୋକଙ୍କ ମଧ୍ୟରେ ଏଭଳି ଘଟଣା ପରେ ଭୟ ଖେଳିଯାଇଛି। “ଠାକୁରଙ୍କ ସାମ୍ନାରେ ମଧ୍ୟ ଏମିତି ହେଉଛି” ବୋଲି ଭକ୍ତମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।