ଘଟଣା ଓ ଦୁର୍ଘଟଣା

ଝଗଡ଼ା ହେବାରୁ ପୁଅର ସାଙ୍ଗକୁ ବନ୍ଧୁକ ଦେଖାଇ ହତ୍ୟା ଉଦ୍ୟମ, ବାପା ଗିରଫ

By Angul TV Bureau

May 04, 2023

ବଇଣ୍ଡା: ଠାକୁରଗଡ଼ ଥାନା ବରଡିପ ଗ୍ରାମରେ ଗୁରୁବାର ନିସେଲ ବିଶ୍ୱାଳଙ୍କୁ ସେହି ଗ୍ରାମର ବୁଲୁ ନାୟକ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଇଥିବା ନେଇ ସେ ଠାକୁରଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ୧୨୧/୨୩ ରେ ଏକ ମାମଲା ରୁଜୁ କରି ବୁଲୁକୁ ଗିରଫ କରିଛି। ଏଥିସହ ତାଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ଜବତ କରିଛି। ପୋଲିସ ସୂଚନା ମୁତାବକ, ନିସେଲ ଓ ବୁଲୁଙ୍କ ପୁଅ ସିଲୁ ନାୟକ ନିକଟରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ସେଠାରେ ନିସେଲ ଓ ସିଲୁଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହାକୁ କେନ୍ଦ୍ର କରି ବୁଲୁ ଉତକ୍ଷିପ୍ତ ହୋଇ ଘରେ ରଖିଥିବା ଏକ ଦେଶୀ ବନ୍ଧୁକ ଧରି ନିସେଲଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ନିସେଲ ସେଠାରୁ ଜୀବନ ବିକଳରେ ଦୌଡ଼ି ଆସି ଥାନାରେ ଅଭିଯୋଗ କରିଛନ୍ତି।