ଘଟଣା ଓ ଦୁର୍ଘଟଣା

ବସରେ ଯୁବତୀଙ୍କୁ ଅସଦାଚରଣ: ବିରୋଧ କରିବାରୁ ତଣ୍ଟି ଚିପି ହତ୍ୟା ଉଦ୍ୟମ

By Angul TV Bureau

May 29, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ତଣ୍ଟିଚିପି ହତ୍ୟା ଉଦ୍ୟମ ହୋଇଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ଗୋବିନ୍ଦପୁର ଅଞ୍ଚଳର ଲିପୁ ସାହୁ ତାଙ୍କୁ ମାରିବାକୁ ଉଦ୍ୟମ କରିଥିବା ସେ କହିଛନ୍ତି।

ପୋଲିସ ସୂଚନା ମୁତାବକ, ଯୁବତୀ ଜଣଙ୍କ ବଇଣ୍ଡା ଅଞ୍ଚଳର ଏକ ଡ୍ରେସ ଦୋକାନରେ କାମ କରନ୍ତି। ସେ ବସ ଯୋଗେ ଘରକୁ ଯାଉଥିବା ବେଳେ ଲିପୁ ମଧ୍ୟ ଉକ୍ତ ବସରେ ଯାଉଥିଲେ। ବସରେ ଲିପୁ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ଏନେଇ ଯୁବତୀ ଜଣକ ଫୋନ ଯୋଗେ ଘର ଲୋକଙ୍କୁ ଜଣାଇଥିଲେ। ଯୁବତୀଙ୍କ ବାପା ତାଙ୍କୁ ନେବା ପାଇଁ ବସ ଷ୍ଟାଣ୍ଡକୁ ଆସିଥିବା ବେଳେ ଲିପୁ ଉକ୍ତ ଯୁବତୀଙ୍କୁ ତଣ୍ଟି ଚିପି ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ସେ ତାଙ୍କ ବାପାଙ୍କୁ ମଧ୍ୟ ମାଡ଼ ମାରିଥିବା ସେ ପୋଲିସରେ ଅଭିଯୋଗ କରିଛନ୍ତି।