ଘଟଣା ଓ ଦୁର୍ଘଟଣା

ବିବାହର ୨ ବର୍ଷ ପରେ ଯୌତୁକ ଯାତନା: ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରି ବନ୍ଧା ହେଲା ସ୍ୱାମୀ

By Angul TV Bureau

May 17, 2023

ବଇଣ୍ଡା: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନାରେ ଭଉଣୀକୁ ହତ୍ୟା ଉଦ୍ୟମ କରିଥିବା ଭିଣୋଇ ନାଁରେ ଅଭିଯୋଗ କରିଛି ଭାଇ।

କରଡ଼ାବାହାଳୀ ଗ୍ରାମର ସୁନୀଲ ମହାପାତ୍ରଙ୍କ ଭଉଣୀ ରିତା ମହାପାତ୍ରଙ୍କୁ ତାଙ୍କ ସ୍ୱାମୀ କଣ୍ଟାବଣିଆ ଥାନା ରକଲା ଗ୍ରାମର ବିଶ୍ୱଜିତ ମହାପାତ୍ର ମଙ୍ଗଳବାର ଦିନ ମାଡ଼ ମାରିବା ସହ ହତ୍ୟା ଉଦ୍ୟମ କରିଛନ୍ତି। ଏ ନେଇ ସୁନୀଲ ହଣ୍ଡପା ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ୧୧୬/୨୩ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବିଶ୍ୱଜିତକୁ ଗିରଫ କରିଛି।

ହଣ୍ଡପା ଆଇଆଇସି ନମିତା ନାୟକଙ୍କ କହିବା ଅନୁଯାୟୀ ୨ ବର୍ଷ ତଳେ ରିତା ବିବାହ କରିଥିବା ବେଳେ ତାଙ୍କର ଏକ 8 ମାସର ଛୁଆ ରହିଛି। ହେଲେ କିଛି ଦିନ ହେବ ସ୍ୱାମୀ ତାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେବା ସହ ମାଡ଼ ମାରୁଛନ୍ତି। ଏପରିକି ତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରାଯାଇଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି।