ଘଟଣା ଓ ଦୁର୍ଘଟଣା

ଦୋକାନରୁ ଚୋରି ଉଦ୍ୟମ

By Angul TV Bureau

July 13, 2021

ଅନୁଗୁଳ: ରବିବାର ରାତି କଲେଜ ଛକରେ ଲୁଟେରା ଆତଙ୍କ ଖେଳାଇଛନ୍ତି। ଦୁର୍ବୃତ୍ତ ଏକ ଷ୍ଟୁଡିଓର ତାଲା ଭାଙ୍ଗି ଚୋରି ଉଦ୍ୟମ କରିଥିଲେ। ଦୋକାନର ମୁଖ୍ୟ ତାଲା ଭାଙ୍ଗିବା ପରେ ଭିତର ତାଲା କିନ୍ତୁ ଭାଙ୍ଗିବାରେ ବିଫଳ ହୋଇଥିଲେ। ଏନେଇ ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ପ୍ରକାଶ ଯେ, ଗତ ମାସକ ମଧ୍ୟରେ ଉଭୟ ହାଟଛକ ଓ କଲେଜ ଛକରୁ ୮ଟି ଦୋକାନରୁ ଚୋରି ହେଲାଣି। ଢିଲା ପାଟ୍ରୋଲିଂ ଯୋଗୁ ଦୁର୍ବୃତ୍ତ ରାତିରେ ସମ୍ପୃକ୍ତ ଅଞ୍ଚଳରେ ଘୁରି ବୁଲୁଛନ୍ତି। ରାସ୍ତାରେ ଯାଉଥିବା ପରିବା ଦୋକାନୀଙ୍କୁ ମାରଧର କରି ଟଙ୍କା ଛଡ଼ାଉଥିବା ଅଭିଯୋଗ ହୋଇଛି। ବାରମ୍ବାର ଚୋରି ଯୋଗୁ ସ୍ଥାନୀୟ ଲୋକ ଭୟରେ ଦିନ କାଟୁଛନ୍ତି।