ଅନୁଗୁଳ: ଅନୁଗୁଳ ସହରର ଅମଲାପଡ଼ା ପ୍ରାଥମିକ ବିଦ୍ୟାଳୟରୁ ଶନିବାର ସନ୍ଧ୍ୟା ପ୍ରାୟ ସାଢେ଼ ଛଟା ବେଳେ କିଛି ଲୁହା ଜିନିଷ ଚୋରି ଉଦ୍ୟମ ହୋଇଛି। ସୂଚନା ଯେ, ଦୀର୍ଘଦିନ ହେବ ବନ୍ଦ ପଡ଼ିଥିବା ଅମଲ।ପଡ଼ା ପ୍ରାଥମିକ ବିଦ୍ୟାଳୟ ପରିସରରୁ କିଛି ଦୁର୍ବୃତ୍ତ ଲୁହା ଆଙ୍ଗଲ ଚୋରି କରି ଟ୍ରଲି ରିକ୍ସା ରେ ଲଦି ନେଉଥିବା ବେଳେ ସ୍ଥାନୀୟ ଲୋକ ଦେଖି ପାଟି କରିଥିଲେ। ପାଟି ଶୁଣି ଚୋର ମାନେ ଲୁହା ସବୁକୁ ଛାଡି ପଳାଇଥିଲେ। ଏ ନେଇ ଟାଉନ ପୁଲିସକୁ ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି।