ଅନ୍ୟାନ୍ୟ

ପୂଜ୍ୟପୂଜା ଅନୁଷ୍ଠାନ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

By Angul TV Bureau

December 27, 2024

ଅନୁଗୁଳ: ଅନୁଗୁଳ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କୁ ପୂଜ୍ୟପୂଜା ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଛି। ଏଥିସହ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଛି।

କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ପ୍ରବୋଧ କୁମାର ସ୍ୱାଇଁ, ବଲବୀର ସିଂ, ସମାଜ ସେବୀ ପର୍ଶୁରାମ ଦାସ, ସାମ୍ବାଦିକ ମହେଶ ଭୁମରାଜ, ଅମୂଲ୍ୟ କୁମାର ସାହୁ, ଅଭିଷେକ ନାଏକ, ଭକ୍ତି ପ୍ରସାଦ ନାଏକ, ଦୀନବନ୍ଧୁ ନାଏକ, ଯୋଗେନ୍ଦ୍ର ନାଏକ, ସ୍ଵସ୍ତିକ ସାହୁ, ଅଜିତ କୁମାର ଶତପଥୀ ପଟ୍ଟନାୟକ, ସରସ୍ଵତୀ ଦାସ, ଅଞ୍ଜୁଲେଖା ଦାସ, ଶୁଭ୍ରଜିତ ସ୍ୱାଇଁ, ସତ୍ୟାନନ୍ଦ ପାଣି, ସମାଜସେବୀ ଚିନ୍ମୟୀ ଦାସ, ସୁବ୍ରତ କୁମାର ତ୍ରିପାଠୀଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।