ମୁଖ୍ୟ ଖବର

ସମ୍ପାଦକୀୟ……

By Angul TV Bureau

January 01, 2025

କ୍ୟାଲେଣ୍ଡରର ପୃଷ୍ଠା ଓଲଟିଲେ ନୂଆ ବର୍ଷ ଆସେନା, ନେତାଙ୍କ ମାଳ ମାଳ ହୋର୍ଡିଙ୍ଗ ଶୁଭେଚ୍ଛାରେ ନୂଆ ବର୍ଷ ଆସେନା, କଲିକତି ବାସୀ ଫୁଲର ତୋଡ଼ାରେ ନୂଆ ବର୍ଷ ଆସେନା, ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ମୁଠାଏ ମାଟି ଦରକାର, ଯାହା ପାଇଁ ୠଣ ଗ୍ରସ୍ତ ମଣିଷ ଲୁହରେ ଭିଜି ନଥିବ, ଅଦିନିଆ ବର୍ଷାରେ ଉଜୁଡିଯାଇଥିବା ଚାଷୀର କି ନୂଆ ବର୍ଷ? ଗଜରାଜର ପାଦ ତଳେ ଦଳି ହୋଇଯାଇଥିବା ଲୋକଟିର ପରିବାରରେ କି ନୂଆ ବର୍ଷ?ପୁରୁଣା ଷ୍ଟାଣ୍ଡର ଭଙ୍ଗା ବିଶ୍ରାମ ଘରେ ହେଂସ ଘୋଡେଇ ଶୋଇଥିବା ଲୋକର କି ନୂଆ ବର୍ଷ?

ନୂଆ ବର୍ଷରେ ପ୍ରଶ୍ୱାସ ବାୟୁରେ ଖାଲି ବିଷ ଆଉ ବିଷ, ନୂଆ ବର୍ଷରେ ବଗିଚାରୁ ଫୁଲ ଚୋରି, ମେଡିକାଲରୁ ଚପଲ ଚୋରି, ସବୁଠି ଈର୍ଷା, ଅସୂୟା, ଛଳନା, ପ୍ରତାରଣା, ପ୍ରାଣସତ୍ତାର ଅଭାବ, ମଣିଷପଣିଆର ଅଭାବ। ଆସନ୍ତୁ ବିଶ୍ୱାସର ସେତୁଟିଏ ଗଢ଼ିବା, ଆଶା ଭରସାର ଋତୁକୁ ସ୍ୱାଗତ କରିବା, ସମସ୍ତଙ୍କୁ ଇଜ୍ଜତ, ସମସ୍ତଙ୍କୁ ସମ୍ମାନ। ତେବେ ଯାଇ ନୂଆ ବର୍ଷ ହେବ ଆମ ପାଇଁ ଉତ୍ସବମୁଖର ପର୍ବ ଏକ ସ୍ୱାଗତର।

ଇଂରାଜୀ ନୂଆ ବର୍ଷ ୨୦୨୫ ଆପଣଙ୍କ ପାଇଁ ସୁଖ ସମୃଦ୍ଧିର ବର୍ଷ ହେଉ। ଏଟିଭିର ସମସ୍ତ ଦର୍ଶକ, ବିଜ୍ଞାପନଦାତା ଓ ଶୁଭେଛୁଙ୍କୁ ଆମର ଅନେକ ଶୁଭ କାମନା।