ଘଟଣା ଓ ଦୁର୍ଘଟଣା

ସ୍କୁଟିକୁ ଧକ୍କା ଦେଇ ଅଟୋ ବାଲା ହେଲା ଉଠବସ୍

By Biswaranjan Pattnaik

September 27, 2022

ଅନୁଗୁଳ: ଅନୁଗୁଳ ଗାନ୍ଧୀମାର୍ଗରେ ଥିବା ଏକ ସ୍କୁଲ ସମ୍ମୁଖରେ ଆଜି ସକାଳେ ଏକ ସାମାନ୍ୟ ଦୁର୍ଘଟଣା ଘଟି ଅଟୋ ଚାଳକ ନିସ୍ତୁକ ମାଡ଼ ଖାଇବା ସହ ରାସ୍ତାରେ ଉଠବସ ହୋଇଛନ୍ତି।

ସୂଚନା ମୁତାବକ, ସକାଳେ ସ୍କୁଲ ପିଲାଙ୍କୁ ଛାଡି ଅଟୋଟି ବ୍ୟାକ କରୁଥିବା ବେଳେ ଜଣେ ମହିଳା ସ୍କୁଟି ଆରୋହୀଙ୍କୁ ସାମାନ୍ୟ ଧକ୍କା ଦେଇଥିଲା ଫଳରେ  ମହିଳା ଜଣକ ତଳେ ପଡ଼ିଯାଇଥିଲେ। ଏଥିରେ ସେ ଉତ୍ତେଜିତ ହୋଇ ପରିବାର ଲୋକଙ୍କୁ ଡାକିଥିଲେ। ସେମାନେ ମିଶି ଅଟୋ ଚାଳକକୁ ନିସ୍ତୁକ ଛେଚିବା ସହ ରାସ୍ତାରେ ଉଠବସ କରାଇ ଥିଲେ।