ଘଟଣା ଓ ଦୁର୍ଘଟଣା

ବାଇକ୍ ସହ ଧକ୍କା ହେଲା ଯାତ୍ରୀ ବାହୀ ଅଟୋ, ଉଭୟ ଗାଡ଼ି ଆରୋହୀ ଆହତ

By Angul TV Bureau

May 03, 2023

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଶରଧାପୁର ଛକ ନିକଟରେ ଆଜି ସକାଳେ ଏକ ଅଟୋ ସହ ବାଇକର ଧକ୍କା ହୋଇଛି। ଏଥିରେ ଉଭୟ ବାଇକ ଚାଳକ ଓ ଅଟୋରେ ବସିଥିବା ମହିଳା ଆହତ ହୋଇଛନ୍ତି। ସୂଚନା ମୁତାବକ, ଆଜି ସକାଳେ ଅନୁଗୁଳରୁ ବନ୍ତଳା ଆଡକୁ ଏକ ଅଟୋ ପାସେଞ୍ଜର ନେଇ ଆସୁଥିଲା। ଏହି ସମୟରେ ବନ୍ତଳା ପଟୁ ଆସୁଥିବା ବାଇକ ଶରଧାପୁର ଛକ ନିକଟରେ ଅଟୋ ସହ ଧକ୍କା ହୋଇଥିଲା। ଫଳରେ ଅଟୋରେ ବସିଥିବା ପାସେଞ୍ଜର ଏବଂ ବାଇକ୍ ଆରୋହୀ ଆହତ ହୋଇଥିବା ସୂଚନା ମିଳିଛି। ଅଟୋ କୁସାସିଂହା ଗ୍ରାମର ହୋଇଥିବା ବେଳେ ବାଇକ୍ ଆରୋହୀ ନୂଆଗାଁର ବୋଲି ଜଣାପଡିଛି । ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଉଭୟଙ୍କୁ ବୁଝାସୁଝା କରି ଆହତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାଯାଇଛି।