ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ତୁରଙ୍ଗ କଲ୍ଟାକ୍ସ ଛକ ନିକଟ ୫୫ ନଂ ଜାତୀୟ ରାଜପଥରେ ମଙ୍ଗଳବାର ଭୋର ସମୟରେ ଏକ ଖବର କାଗଜ ବୋଝେଇ ପିକ ଅପ୍ ଭ୍ୟାନ୍ ସହ ଏକ ଅଟୋ ମୁହାଁ ମୁହିଁ ଧକ୍କା ହେବା ଫଳରେ ଭ୍ୟାନଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଏଥିରେ ଉଭୟ ଗାଡ଼ିର ଚାଳକ ଆହତ ହୋଇ ଅନୁଗୁଳ ଡାକ୍ତରଖାରେ ଚିକିତ୍ସିତ ହେଉଛନ୍ତି। ଭ୍ୟାନ ଟି ଭବନେଶ୍ୱରରୁ ଖବର କାଗଜ ଧରି ଅନୁଗୁଳ ଆସୁଥିଲା ବେଳେ ଅନୁଗୁଳରୁ ନାଲକୋ ଆଡ଼କୁ ଯାଉଥିବା ଏକ ଅଟୋସହ ମୁହାଁମୁହିଁ ଧକ୍କା ହୋଇଥିଲା।