ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଓଡିଶା ସାହିତ୍ୟ ଏକାଡେମୀର ୭୪ ତମ ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ପୂର୍ବରୁ ଆୟୋଜିତ ହୋଇଥିବା ଜିଲ୍ଲା ସ୍ତରୀୟ ବକ୍ତୃତା, କବିତା ଆବୃତି ଓ ସାଧାରଣଜ୍ଞାନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଗୁରୁବାର ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହ ଉତ୍ସାହିତ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରିଣୀ ଶ୍ରୀମତୀ ସରିତା ପ୍ରଧାନ, ଓଡିଶା ସାହିତ୍ୟ ଏକାଡେମୀର ଜିଲ୍ଲା ପ୍ରତିନିଧି ସଂଗ୍ରାମ କେଶରୀ ପୃଷ୍ଟି ଓ ଜିଲ୍ଲା ପାଠାଗାରର ଗ୍ରନ୍ଥାଗାରିକ ଲକ୍ଷ୍ମୀ ପ୍ରସାଦ ଦ୍ବିବେଦୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ୬ଷ୍ଠ ଓ ୭ମ ଶ୍ରେଣୀ ବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ଅନୁଗୁଳ ଉଚ୍ଚ ବିଦ୍ୟାଳୟର ଓମ୍ ଶ୍ରୁତି ସ୍ବରୁପ ପ୍ରଧାନ ପ୍ରଥମ ସ୍ଥାନ, ତଳମୁଳ ଉଚ୍ଚ ବିଦ୍ୟାଳୟର ଶୁଭ୍ରଜିତ୍ ମୁଦୁଲି ଦ୍ବିତୀୟ ସ୍ଥାନ ଓ କିଶୋରନଗର ବ୍ଲକ୍ ରଣିଆକଟା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ମଧୁଛନ୍ଦା ବିଶ୍ବାଳ ତୃତୀୟ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥିଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି। ସେହିପରି ୮ମ ରୁ ୧୦ମ ଶ୍ରେଣୀ ବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ଡିଏଭି ପବ୍ଲିକ୍ ସ୍କୁଲ ଟିଟିପିଏସ୍(ତାଳଚେର)ର ପ୍ରତିକ୍ଷା ଭୋଇ ପ୍ରଥମ ସ୍ଥାନ, ଅନୁଗୁଳ ଉଚ୍ଚ ବିଦ୍ୟାଳୟର ଶ୍ରେୟଂସା ପ୍ରଧାନ ଦ୍ବିତୀୟ ସ୍ଥାନ ଓ କିଶୋରନଗର ବ୍ଲକ୍ ବଇଣ୍ଡା ରାମଦେଓ ଉଚ୍ଚ ବିଦ୍ୟାଳୟର ଲିପ୍ସା ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ୬ଷ୍ଠ ରୁ ୭ମ ଶ୍ରେଣୀ କବିତା ଆବୃତି ପ୍ରତିଯୋଗିତାରେ ପିଟିସି ନୋଡାଲ ଉଚ୍ଚ ବିଦ୍ୟାଳୟର ଭକ୍ତିମୟୀ ମହାପାତ୍ର ପ୍ରଥମ ସ୍ଥାନ, କିଶୋରନଗର ଉଚ୍ଚ ବିଦ୍ୟାଳୟର ଲଭଲି ମହାପାତ୍ର ଦ୍ବିତୀୟ ସ୍ଥାନ ଓ ତାଳଚେର ଥର୍ମାଲ ଡିଏଭିର ଲିମା ତ୍ରିପାଠୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ୮ମ ରୁ ୧୦ମ ଶ୍ରେଣୀ ବକ୍ତୃତା ପ୍ରତିଯୋଗିତାରେ ଓପି ଜିନ୍ଦଲ ସ୍କୁଲର ଦେବଦତ୍ତ ତ୍ରିପାଠୀ ପ୍ରଥମ, ଅନୁଗୁଳ ଉଚ୍ଚ ବିଦ୍ୟାଳୟର ସ୍ବତୀ ସାହୁ ଦ୍ୱିତୀୟ ଓ ତାଳଚେର ଥର୍ମାଲ ଡିଏଭିର ଅଦିତି ବିଶ୍ବାଳ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ୬ଷ୍ଠରୁ ୭ମ ଶ୍ରେଣୀ ସାଧାରଣଜ୍ଞାନ ପ୍ରତିଯୋଗିତାରେ ଅନୁଗୁଳ ଉଚ୍ଚ ବିଦ୍ୟାଳୟର ଶୁଭଶ୍ରୀ ଶତପଥି ପ୍ରଥମ, ତଳମୁଳ ଉଚ୍ଚ ବିଦ୍ୟାଳୟର ଶୁଭଜିତ୍ ମୁଦୁଲି ଦ୍ୱିତୀୟ ଓ ବଇଣ୍ଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସୁଶ୍ରୀସ୍ମିତା ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ୮ମ ରୁ ୧୦ମ ଶ୍ରେଣୀ ସାଧାରଣଜ୍ଞାନ ପ୍ରତିଯୋଗିତାରେ ଆଠମଲ୍ଲିକ ମହେନ୍ଦ୍ର ଉଚ୍ଚ ବିଦ୍ୟାଳୟର ଶୁଭଶ୍ରୀ ସାହୁ ପ୍ରଥମ ସ୍ଥାନ, କଣିହାଁ ପବିତ୍ର ମୋହନ ଉଚ୍ଚ ବିଦ୍ୟାଳୟର ପାୟଲପ୍ରିୟା ସାହୁ ଦ୍ବିତୀୟ ଓ ଅନୁଗୁଳ ଉଚ୍ଚ ବିଦ୍ୟାଳୟର ସ୍ବୟଂଶ୍ରୀ ସାହୁ ତୃତୀୟ ସ୍ଥାନ ଅଧିକାରକରି ମୁଖ୍ୟ ଅତିଥିଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି। ଏଥିସସହ ରାଜ୍ୟ ସ୍ତରରେ ବରିଷ୍ଠ ବିଭାଗ କବିତା ଅବୃତ୍ତି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଓପି ଜିନ୍ଦଲ ସ୍କୁଲର ଦଶମ ଶ୍ରେଣୀ ଛାତ୍ର ଦେବଦତ୍ତ ତ୍ରିପାଠୀଙ୍କୁ ଫଳକ, ମାନପତ୍ର ଓ ୨ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।