ଅନ୍ୟାନ୍ୟ

ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଆଇନ ଶିବିର, କିନ୍ନରଙ୍କ ଅଧିକାର ନେଇ ସଚେତନତା

By Angul TV Bureau

January 10, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଦାମୋଦର ରଥଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଶିମିଳିପଡା ସ୍ଥିତ ମେଡିକ୍ସ କାର୍ଯ୍ୟାଳୟରେ ଏକ ଆଇନ ସଚେତନତା ଶିବିର ଅନଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ କମଳାକାନ୍ତ ନାୟକ ଭର୍ଚୁଆଳରେ ଯୋଗ ଦେଇଥିବା ବେଳେ ସଦସ୍ୟ ସୁବାସ ଚନ୍ଦ୍ର ସାହୁ, ଡି.ଏସ.ପି ତଥା ଡନ୍ ଓ ଆଶା ୟୁନିଟର ସଦସ୍ଯ ଯୋଗେଶ୍ବରୀ ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନାରାୟଣ ମହାପାତ୍ର, ପ୍ୟାନେଲ ଆଡଭୋକେଟ ସୁମନ୍ତ କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।

ଅତିଥିମାନେ କିନ୍ନରଙ୍କ ବିଭିନ୍ନ ଅଧିକାର ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଏଥିସହ ନିଶାଦ୍ରବ୍ୟ ବ୍ୟବହାରର କୁପରିଣାମ ଓ ନିଶାସକ୍ତ ବ୍ୟକ୍ତି ମାନଙ୍କର ବିଭିନ ସମସ୍ୟା ସମ୍ପର୍କରେ ଅତିଥିମାନେ ବୁଝାଇଥିଲେ। ବାଲ୍ୟବିବାହର ପ୍ରଭାବ ଓ ତାର ପ୍ରତିକାର ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା। ଶେଷରେ ମେଡିକ୍ସର ଡାଇରେକ୍ଟର ଡ. ଦିଲ୍ଲୀପ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।