ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର ଓ ନୂତନ ସ୍ଵେଚ୍ଛାସେବୀ ଚୟନ

By Angul TV Bureau

March 29, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଫ୍ୟାମିଲି ଜଜଙ୍କ ତତ୍ତ୍ୱାବଧାନରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ସ୍ଥାୟୀ ଲୋକ ଅଦାଲତର ଗଠନ ଓ କାର୍ଯ୍ୟକାରିତା ଏବଂ ଆଇନ ସେବା ପ୍ରାଧିକରଣ ଅଧିନିୟମ ୧୯୮୭ VI A ର ଉପକାରିତା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା।

ଏଥିସହ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପାଇଁ ନୂତନ କରି ୪୬ ଜଣ ପାରାଲିଗାଲ ସ୍ୱେଚ୍ଛାସେବୀମାନଙ୍କର ଚୟନ କରାଯାଇଥିଲା ଓ ସେମାନଙ୍କୁ ପାରାଲିଗାଲ ସ୍ୱେଚ୍ଛାସେବୀଙ୍କ କାର୍ଯ୍ୟକାରିତା ବିଷୟରେ ଦର୍ଶାଯାଇଥିଲା। ଏହି ଶିବିରରେ ଫ୍ୟାମିଲି ଜଜ ସଦାଶିବ ଜେନା, ସିନିୟର ସିଭିଲ ଜଜ ଇନ୍ଦିରା ପ୍ରିୟଦର୍ଶିନୀ, ସିନିୟର ସିଭିଲ ଜଜ ଏଲ ଆଣ୍ଡ ଆର ଚନ୍ଦ୍ରହାସ ବେହେରା, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଐଶ୍ବର୍ଯ୍ୟା କର, ଶୁଭଲକ୍ଷ୍ମୀ ପଟ୍ଟନାୟକ ଓ ସିଲଭାଷା ବଡ଼ଜେନା, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଦସ୍ୟ ପରମାନନ୍ଦ ମିଶ୍ର ଏବଂ ଦିଲ୍ଲୀପ କୁମାର ମହାନ୍ତି ଉପସ୍ଥିତ ଥିଲେ।