ଅନ୍ୟାନ୍ୟ

ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

By Angul TV Bureau

October 03, 2021

ଅନୁଗୁଳ: ଗାନ୍ଧି ଜୟନ୍ତୀ ଉପଲକ୍ଷେ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ପଞ୍ଚମହଲା ସ୍ଥିତ ସ୍ୱଧାର ଗୃହରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିର ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣର ଅଧ୍ୟକ୍ଷଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଅନୁଗୁଳ ଅଦାଲତର ସମସ୍ତ ବିଚାରପତି, କୋର୍ଟ ମ୍ୟାନେଜର, ସ୍ୱଧାର ଗୃହର ସମସ୍ତ କର୍ମଚାରୀ, ଅନ୍ତେବାସୀ, ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣର ସ୍ୱେଚ୍ଛାସେବୀ ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ। ଜାତିର ପିତା ମହାତ୍ମା ଗାନ୍ଧିଙ୍କର ପଟ୍ଟଚିତ୍ରରେ ମାଲ୍ୟାର୍ପଣ କରାଯାଇ ଏକ ପ୍ରଭାତ ଫେରିର ଆୟୋଜନ କରାଯାଇଥିଲା । ଜିଲ୍ଲା ଓ ଦୌରାଜଜ ଓ ଅନ୍ୟ ବିଚାରପତିଙ୍କ ଦ୍ଵାରା ମହାତ୍ମା ଗାନ୍ଧିଙ୍କର ଜୀବନୀ ଓ ଜୀବନ ଶୈଳୀ, ତାଙ୍କଦ୍ଵାରା ପ୍ରଣିତ ଅହିଂସାବାଦ, ତାଙ୍କ ସତ୍ୟବାଦିତା, ସଛୋଟତା ଏବଂ ଶୃଙ୍ଖଳିତ ମାନବ ସମାଜ ଗଠନ କରିବାର ତାଙ୍କର ଅଭିଳାଷିତ ଆକାଂକ୍ଷା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏଥି ସହିତ ରାଷ୍ଟ୍ରୀୟ ଆଇନ୍‌ସେବା ପ୍ରାଧିକରଣ ଦ୍ୱାରା ସାଧାରଣ ଜନସାଧାରଣଙ୍କ ପାଇଁ ଥିବା ବିଭିନ୍ନ ମାଗଣା ଆଇନ୍‌ସେବା ଓ ତାହା କିପରି ସାଧାରଣ ଜନତା ନିଜ ଦୈନନ୍ଦିନ ଜୀବନରେ ଉପଯୋଗ କରି ତାହାର ଲାଭ ଉଠାଇ ପାରିବେ ସମସ୍ତଙ୍କୁ ଅବଗତ କରାଯାଇଥିଲା। ଶିବିରକୁ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଏସ. ଶୁଭଲକ୍ଷ୍ମୀ ପରିଚାଳନା କରିଥିଲେ ।