ମୁଖ୍ୟ ଖବର

ଆଠମଲ୍ଲିକରେ ‘ଜାଗୃତି ଯୋଜନା’: ଛାତ୍ରଛାତ୍ରୀଙ୍କୁ ପୋକସୋ ଆଇନର ପାଠ ପଢ଼ାଇଲେ ଅତିରିକ୍ତ ଜିଲ୍ଲା ଜଜ୍

By Angul TV Bureau

May 20, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ତାଲୁକ ଆଇନସେବା କମିଟି ପକ୍ଷରୁ ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର (ITI) ଠାରେ ଜାଗୃତି ଯୋଜନା-୨୦୨୫ ଅନ୍ତର୍ଗତ ପୋକସୋ (POCSO) ଆଇନ ସମ୍ବେଦନଶୀଳତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। “ସୁରକ୍ଷିତ ଶୈଶବ, ସୁରକ୍ଷିତ ଭବିଷ୍ୟତ” ବିଷୟବସ୍ତୁକୁ ନେଇ ଆୟୋଜିତ ଏହି ଶିବିରରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା।ତାଲୁକ ଆଇନସେବା କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ରଞ୍ଜନ କୁମାର ସୁତାର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୋକସୋ ଆଇନର ବିଭିନ୍ନ ଦିଗ, ଏହାର କାର୍ଯ୍ୟକାରିତା ଓ ଦଣ୍ଡ ବିଧାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ସମ୍ମାନିତ ଅତିଥି ଭାବେ ସିଭିଲ ଜଜ୍ (ସିନିଅର ଡିଭିଜନ) ଲିଙ୍କି ପ୍ରିୟା ସାହୁ, ଏସଡିଜେଏମ ସିଙ୍କୁନ ରାୟ, ଓକିଲ ସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ର ଓ କ୍ରିମିନାଲ କୋର୍ଟ ଓକିଲ ସଂଘ ସଭାପତି ଅଞ୍ଜନ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ଅସିତ ରଞ୍ଜନ ଦେଓ, ଜିତେନ୍ ମିଶ୍ର, ଜିତେନ୍ଦ୍ର ମୁଖି, ଗଣେଶ କର୍ମୀ ଓ ତାଲୁକ ଆଇନସେବା କମିଟି ସମ୍ପାଦକ ଅମିତ କୁମାର ନାୟକଙ୍କ ସମେତ ଆଇଟିଆଇର ପ୍ରଶିକ୍ଷକ ଓ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।