ଅନ୍ୟାନ୍ୟ

କିଶୋରୀଙ୍କ ପାଇଁ ସଚେତନତା

By Angul TV Bureau

March 29, 2022

ଅନୁଗୁଳ: କିଶୋରବସ୍ଥାରେ ଅଧିକ ଯତ୍ନର ଆବଶ୍ୟକତା ରହିଛି। ଶିକ୍ଷାରେ ଯେତେ ଉନ୍ନତି ହେଲେ ମଧ୍ୟ ସଚେତନତା ଅଭାବରୁ କିଶୋରୀମାନେ ସ୍ବାସ୍ଥ୍ୟଗତ ଓ ମାନସିକ ସ୍ତରରେ ପ୍ରଭାବିତ ହୋଇଥାନ୍ତି। ଅନେକ ସମୟରେ ସେମାନେ ଅପରାଧର ଶିକାର ହୋଇଥାନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ଭ୍ରୁଣହତ୍ୟା, ବାଲ୍ୟ ବିବାହ ଭଳି କୁସଂସ୍କାରରେ ଫସିଯାଇଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଆଜି ଅନୁଗୁଳ ବ୍ଲକ ବସଲା ଗ୍ରାମ ପଞ୍ଚାୟତସ୍ତରୀୟ ସଂଘ, ଓଡ଼ିଶା ଜୀବିକା ମିଶନ ଓ ୟୁନିସେଫର ମିଳିତ ସହଯୋଗରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କିଶୋରୀମାନେ ଗ୍ରାମ ପରିକ୍ରମା କରି ସଚେତନତା ବାର୍ତ୍ତା ବାଣ୍ଟି ଥିବା ବେଳେ ସଂଘ ସ୍ତରରେ ସେମାନଙ୍କ ମଧ୍ୟରେ ନାଚ ଗୀତ, ଖେଳ କୁଦ ଓ ରଙ୍ଗୋଲି କାର୍ଯ୍ୟକ୍ରମ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଚନ୍ଦନ କୁମାର ସାହୁ , ସମ୍ମାନିତ ଅତିଥି ଭାବେ ବିଏଲସି ଅକ୍ଷୟ କୁମାର ନାଏକ, ସଂଘର ସଭାନେତ୍ରୀ ସରସ୍ବତୀ ସାହୁ, ସମ୍ପାଦିକା ତପସ୍ୱିନୀ ରାଉଳ, କୋଷାଧ୍ୟକ୍ଷ ଗୋଲାପ ସାହୁ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏମବିକେ ବବିତା ସାହୁ। ଅନ୍ୟମାନଙ୍କ ମଧ୍ୟରେ କ୍ଷୀରୋଦ୍ରୀ ମିଶ୍ର, ରୁନୁବାଳା ସାହୁ, ଆରତୀ ସାହୁ, ଲିପି ସାହୁ, ପ୍ରଣତୀ ସାହୁ, ରୋଜାଲିନ ସାହୁ, ଅନିତା ସାହୁ ପ୍ରମୁଖ ସହଯୋଗ କରିଥିଲେ।