ଅନ୍ୟାନ୍ୟ

ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ ସଚେତନତା ଶୋଭାଯାତ୍ରା

By Swagatika Samantray

June 19, 2022

ଅନୁଗୁଳ: ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବ୍ୟବହିତ ପୂର୍ବରୁ ଅନୁଗୁଳ ପତଞ୍ଜଳି ଯୋଗ ସମିତି ଦ୍ବାରା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି। ଆଜି ସକାଳେ ସ୍ଥାନୀୟ ଷ୍ଟାଡିୟମଠାରୁ ଏକ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲା। ସ୍ବାସ୍ଥ୍ୟ ଓ ସମାଜ କଲ୍ୟାଣର ଏହି ଶୋଭାଯାତ୍ରାକୁ ଅନୁଗୋଳ ଉପଜିଲ୍ଲାପାଳ ବଇତୁରା ଦୀପ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଯୋଗାଚାର୍ଯ୍ୟ ଅଭୟ ରାୟ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ଜିଲ୍ଲା ପ୍ରଶାସନର ସହାୟତାରେ ଅନୁଷ୍ଠିତ ଏହି ସଚେତନତା ଶୋଭାଯାତ୍ରାରେ ପ୍ରଜାପିତା ବ୍ରହ୍ମକୁମାରି, ସରକାରୀ ବାଳକ ଉଚ୍ଚବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ, ନେହୁରୁ ଯୁବ କେନ୍ଦ୍ର, ବିବେକାନନ୍ଦ ଟିଉଟରିଆଲ, ସରକାରୀ ମହାବଦ୍ୟାଳୟ ଓ ବିଭିନ୍ନ ଧାର୍ମିକ, ସାଂସ୍କୃତିକ ଓ ସାମଜିକ ସଂସ୍ଥା ମାନଙ୍କରୁ ଯୁବ, ଛାତ୍ର ଓ ଯୋଗପ୍ରେମି ମାନେ ଯୋଗ ଦେଇଥିଲେ। ଏହି କାର୍ଯକ୍ରମକୁ ସଫଳ କରିବା ପାଇଁ ସୁବୋଧ ମିଶ୍ର, ଅମିୟ କର, ସୁରେଶ ସାହା, ସଞ୍ଜୀବ ନାୟକ, ବୀରବର ସାହୁ, ହଳଧର ବିଶ୍ଵାଳ, ବିଦ୍ୟାଧର ପ୍ରଧାନ, ଶଶୀଭୂଷଣ ସ୍ବାଇଁ, ବିଜୟ ଶର୍ମା, କିଶୋର ସାହୁ, କ୍ଷୀରୋଦ ପ୍ରଧାନ, ବିଭୂତି ଆଚାର୍ଯ୍ୟ, ଯଜ୍ଞେଶ୍ଵର ମହାପାତ୍ର ଓ ରାମକୃଷ୍ଣ ତ୍ରିପାଠି ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।