ଅନୁଗୁଳ : ଅନୁଗୁଳ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ସହଭାଗିତାରେ ମାରୱାଡି ମହିଳା ସମିତି ପକ୍ଷରୁ ଗୁରୁବାର ଆଇନଗତ ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇନଗତ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଥିବା ଆଇନ ବ୍ୟବସ୍ଥା ସମ୍ପର୍କରେ ବୁଝାଇଥିଲେ। ବେଆଇନ ଭାବେ କୌଣସି ସନ୍ତାନକୁ ପୋଷ୍ୟ ରୂପେ ଗ୍ରହଣ ନକରି ଆଇନତଃ ଗ୍ରହଣକୁ ଗୁରୁତ୍ୱ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପଣ୍ଡିତ ମହେଶ କୁମାର ସାହୁ, ରଞ୍ଜିତ ମାଣ୍ଡୋଠିଆ, ବ୍ରହ୍ମଜ୍ୟୋତି ମିଶ୍ର, ମହିଳା ସମିତିର ସଭାନେତ୍ରୀ ମୀରା ଅଗ୍ରୱାଲ, ସମ୍ପାଦକ ପ୍ରିୟାନ୍ ଅଗ୍ରୱାଲଙ୍କ ସମେତ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ।