ଅନ୍ୟାନ୍ୟ

ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

By Angul TV Bureau

August 23, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଦାମୋଦର ରଥଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ରନ୍ତଲେଇ ପଞ୍ଚାୟତ କାର୍ଯ୍ୟାଳୟରେ “କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଅଧାରୁ ପାଠ ଛାଡୁଥିବା ପିଲାଙ୍କୁ ତାଲିକା ଭୁକ୍ତ କରିବା” ସମ୍ପର୍କିତ ସଚେତନ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ କମଳାକାନ୍ତ ନାୟକ, ଜିଲ୍ଲା ଶ୍ରମ ଅଧିକାରିଣୀ ଲିରିକା ରାୟ, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ତ୍ରୀଦିବେଶ ଦଳବେହେରା, ଜିଲ୍ଲା ଶୈକ୍ଷିକ ବିକାଶ ସଂଯୋଜକ ମନୋରଞ୍ଜନ ସାହୁ, ଜିଲ୍ଲା ସଂଯୋଜକ ବାଲ୍ୟ ବିବାହ ନିରାକରଣ ସନ୍ତୋଷ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଉପସ୍ଥିତ ଅତିଥିମାନେ ସରକାରଙ୍କ ବିଭିନ୍ନ ଯୋଜନା ଯଥା: ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା, ଓଡ଼ିଶା ଅଣ-ସଂଗଠିତ ଶ୍ରମିକଙ୍କ ସାମାଜିକ କଲ୍ୟାଣ ବୋର୍ଡ, ମଧୁବାବୁ ପେନସନ ଯୋଜନା, ପରିବାର ମଙ୍ଗଳ ଯୋଜନା, ବିବାହ ପ୍ରୋତ୍ସାହନ ରାଶି ଯୋଜନା, ସମ୍ମାନିତ ଶିଶୁ ବିକାଶ ଯୋଜନା, ପୋଷଣ, ମମତା, ମିଶନ ଶକ୍ତି, କିଶୋର୍ ସଶକ୍ତି କାରଣ, ପୀଡିତାଙ୍କୁ କ୍ଷତି ପୂରଣ ଇତ୍ୟାଦି ବିଷୟରେ ସଚେତନ କରାଇଥିଲେ।