ମୁଖ୍ୟ ଖବର

ଜିଲ୍ଲା ଆଇନସେବା ପ୍ରାଧିକରଣ, ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

By Angul TV Bureau

August 18, 2025

ଅନୁଗୁଳ: ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ଦାମୋଦର ରଥଙ୍କ ଅଧ୍ୟକ୍ଷତାରେ  ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ରନ୍ତଲେଇ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ “କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଅଧାରୁ ପାଠ ଛାଡୁଥିବା ପିଲାଙ୍କୁ ତାଲିକା ଭୁକ୍ତ କରିବା”  ସମ୍ପର୍କିତ ସଚେତନ ଶିବିର ଅନୁଷ୍ଠିତ ହୋଇଥିଲା।

ଏହି ଶିବିର ଆଇନସେବା ପ୍ରାଧିକରଣ ସଚିବ  କମଳାକାନ୍ତ ନାୟକ, ଜିଲ୍ଲା ଶ୍ରମ ଅଧିକାରିଣୀ ଲିରିକା ରାୟ, ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ସାହୁ, ସାମାଜିକ ସୁରକ୍ଷା ଅଧିକାରୀ ନାରାୟଣ ମହାପାତ୍ର, ଜିଲ୍ଲା କୃଷି ଅଧିକାରୀ  ପ୍ରମୋଦ କୁମାର ପଣ୍ଡା, ବ୍ଲକ୍ ଶିକ୍ଷା ଅଧିକାରୀ ଅଶୋକ କୁମାର ପ୍ରଧାନ, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ତ୍ରୀଦିବେଶ ଦଳବେହେରା, ଅତିରିକ୍ତ ଶ୍ରମ ଅଧିକାରୀ ଅମିୟରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଉପସ୍ଥିତ ଅତିଥି ମାନେ ସରକାରଙ୍କ ବିଭିନ୍ନ ଯୋଜନା ଯଥା ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା, ଓଡ଼ିଶା ଅଣ-ସଂଗଠିତ ଶ୍ରମିକଙ୍କ ସାମାଜିକ କଲ୍ୟାଣ ବୋର୍ଡ, ମଧୁବାବୁ ପେନସନ ଯୋଜନା, ଇନ୍ଦିରାଗାନ୍ଧୀ ପେନସନ ଯୋଜନା, ପୀଡ଼ିତାକୁ କ୍ଷତିପୂରଣ ଇତ୍ୟାଦି ବିଷୟରେ ସଚତନତା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ୨ ଜଣ ହିତାଧିକାରୀଙ୍କୁ ଆଶା ବାଡି, ୩ ଜଣଙ୍କୁ ଇନ୍ଦିରାଗାନ୍ଧୀ ପେନସନ କାର୍ଡ଼, ଶ୍ରମିକ କାର୍ଡ଼ ଜରିୟାରେ ୫ ଜଣ ମୃତ ପରିବାରଙ୍କୁ ସହାୟତା, ୫ ଜଣଙ୍କୁ ବିବାହ ସହାୟତା, ୫ ଜଣଙ୍କୁ ଶିକ୍ଷା ନିମନ୍ତେ ସହାୟତା ଇତ୍ୟାଦି ପ୍ରଦାନ  କରାଯାଇଥିଲା।

ଏଥି ସହିତ ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ସ୍ତରରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କୁ ପୁଣି ଥରେ ଫେରାଇ ଆଣିବା ପାଇଁ ଜିଲ୍ଲା ଶିକ୍ଷାବିଭାଗ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି, ଯଥା ଶିକ୍ଷକମାନଙ୍କ ଦ୍ୱାରା ଘରକୁ ଘର ବୁଲି ପିଲାମାନଙ୍କୁ ପାଠ ପଢିବା ନିମନ୍ତେ ବିଦ୍ୟାଳୟକୁ ଛାଡ଼ିବାକୁ ବୁଝାଯାଉଛି। ପ୍ରବେଶ ଉତ୍ସବ ଏବଂ ଶିକ୍ଷା ସଚେତନତା ରଥ ମାଧ୍ୟମରେ ଅଭିଭାବକ, ସାଧାରଣ ଜନତା, ବିଦ୍ୟାଳୟ କମିଟିର ସଭ୍ୟସଭ୍ୟା ମାନଙ୍କୁ ସଚେତନତା କରିବା ସହ ପିଲାମାନଙ୍କୁ ପାଠ ପଢ଼ିବା ପାଇଁ ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ଉତ୍ସାହତ କରାଯାଉଛି।

ଏହି କାର୍ଯ୍ୟକ୍ରମରେ ରନ୍ତଲେଇ ପଞ୍ଚାୟତର ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ, ସର୍ବଶେଷରେ ରନ୍ତଲେଇ ଗ୍ରାମପଞ୍ଚାୟତର ସରପଞ୍ଚ  ମିନାକ୍ଷୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।