ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର ଆୟୋଜିତ, ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ

By Angul TV Bureau

September 10, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଦାମୋଦର ରଥଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଖଲାରୀ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ “ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ଅସୁବିଧା ସମ୍ପର୍କିତ ସଚେତନ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ କମଳାକାନ୍ତ ନାୟକ, ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀ ଦେବପ୍ରସାଦ ମହାନ୍ତି, ସରପଞ୍ଚ ସସ୍ମିତା ଗଡ଼ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ ପ୍ରବାସୀ ଶ୍ରମିକଙ୍କର ବିଭିନ୍ନ ଅସୁବିଧା ଓ ତାହା କିପରି ଦୂରୀକରଣ ହୋଇପାରିବ ସେ ବିଷୟରେ ଆଲୋଚନା କରିଥିଲେ। ସମ୍ବିଧାନରେ ସାମାଜିକ ଏବଂ ଆର୍ଥିକ ସ୍ତରରେ ପଛୁଆ ଥିବା ବ୍ୟକ୍ତିଙ୍କ ମାଗଣାରେ ଆଇନ୍ ସେବା ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଏହି ସୁବିଧା ଜାତୀୟ ରାଜ୍ୟ, ଜିଲ୍ଲା ଓ ତାଲୁକ୍ ସ୍ତରରେ କାର୍ଯ୍ୟ କରୁଥିବା ଆଇନସେବା ପ୍ରାଧିକରଣ ଓ କମିଟି ମାନଙ୍କ ଦ୍ବାରା ଯୋଗାଇ ଦିଆଯାଇଥାଏ ବୋଲି ଅତିଥିମାନେ କହିଛନ୍ତି। କାର୍ଯ୍ୟକ୍ରମରେ ପାରାଲିଗାଲ ଭଲ୍ୟୁଣ୍ଟିୟର, ସାଧାରଣ ନାଗରିକ ପ୍ରମୁଖ ଉପସ୍ଥିତ ଥିଲେ।