ମୁଖ୍ୟ ଖବର

କଦଳୀ ଫାଇବରରୁ ପ୍ରସ୍ତୁତ ସାନିଟାରୀ ପ୍ୟାଡ୍ ଉପରେ ସଚେତନତା କାର୍ଯ୍ୟକ୍ରମ: ଥରେ କିଣିଲେ ୩ ବର୍ଷ ଯାଏଁ କରିପାରିବେ ବ୍ୟବହାର

By Angul TV Bureau

June 18, 2024

ଅନୁଗୁଳ: ସ୍ଵେଚ୍ଛାସେବୀ ସଂଗଠନ ସୋସିଆଲ ଡେଭଲପମେଣ୍ଟ ଫାଉଣ୍ଡେସନ୍ ଏବଂ ମାତା ଅମୃତାମୟୀ ଟ୍ରଷ୍ଟ କେରଳ ତରଫରୁ କଦଳୀ ଫାଇବରରୁ ପ୍ରସ୍ତୁତ ସାନିଟାରୀ ପ୍ୟାଡ୍ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ସମ୍ପାଦକ ବୁଦ୍ଧଦେବ ଦାସ ସ୍ଵାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।

ମାତା ଅମୃତାମୟୀ ଟ୍ରଷ୍ଟ ଭୁବନେଶ୍ବର ତରଫରୁ ଦେବ ପ୍ରସାଦ ପଟ୍ଟନାୟକକା ର୍ଯ୍ୟକ୍ରମରେ ଯୋଗଦାନ କରିବା ସହ ମାସିକ ଋତୁସ୍ରାବ ସମୟରେ ସମସ୍ୟା ଓ ସ୍ଵଚ୍ଛତା ସହିତ କଦଳୀ ଫାଇବରରୁ ପ୍ରସ୍ତୁତ ସାନିଟାରୀ ପ୍ୟାଡ୍ କିପରି ଉପାଦେୟ ସେ ନେଇ ସୂଚନା ଦେଇଥିଲେ। ସେହିପରି ଅନ୍ୟତମ ଅତିଥିଭାବେ ଅମ୍ରିତା ହସ୍ପିଟାଲ୍ ଫରିଦାବାଦର ରେଜିଷ୍ଟାର ତଥା ପ୍ରଫେସର ପ୍ରବୀଣ ବିଷ୍ଟ ଯୋଗଦାନ କରି କଦଳୀ ଫାଇବରରୁ ପ୍ରସ୍ତୁତ ସାନିଟାରୀ ପ୍ୟାଡକୁ ଥରେ କିଣି ୩ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିହେବ ବୋଲି କହିଥିଲେ। ଗ୍ରାମାଞ୍ଚଳରେ ୩୦-୩୫ ଜଣଙ୍କୁ ନେଇ ସଚେତନତା ଅଭିଯାନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ସହ ପ୍ରତି କାର୍ଯ୍ୟକ୍ରମ ପିଛା ଷ୍ଟାଇପେଣ୍ଡ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମରେ ଅନୁଷ୍ଠାନ ତରଫରୁ ମମତାରାଣୀ ବିଶିମାଝୀ, ମହାଦେବ ଦାସ ଏବଂ ମନୋରଞ୍ଜନ ସ୍ଵାଇଁ ପ୍ରମୁଖ ସହଯୋଗ କରିଥିଲେ।