ଅନ୍ୟାନ୍ୟ

ଶିଶୁ ଶ୍ରମ ନିରାକରଣ ସଚେତନତା ରାଲି ଅନୁଷ୍ଠିତ

By Angul TV Bureau

June 17, 2026

ଅନୁଗୋଳ: ଶିଶୁ ଶ୍ରମ ଉଚ୍ଛେଦ ଓ ଶିଶୁ ସୁରକ୍ଷା ଲକ୍ଷ୍ୟରେ ଜିଲ୍ଲାରେ ଚାଲିଥିବା ୧୫ ଦିନିଆ ଅଭିଯାନ ଅଧୀନରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଛି। ଯୁଗ୍ମ ଶ୍ରମ ଆୟୁକ୍ତଙ୍କ ପୁରୁଣା କାର୍ଯ୍ୟାଳୟ ପରିସରରୁ ବାହାରିଥିବା ଏହି ରାଲିକୁ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଓ ଯୁଗ୍ମ ଶ୍ରମ ଆୟୁକ୍ତ କୁବେର ବେହେରା ମିଳିତ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶିଶୁ ଶ୍ରମ ନିରାକରଣ, ଶିଶୁ ଅଧିକାର ସୁରକ୍ଷା, ଶିକ୍ଷାର ଅଧିକାର ଓ ସାମଗ୍ରିକ କଲ୍ୟାଣ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।

ଏହି ଅବସରରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଇତିଶ୍ରୀ ଗାଗରାଇ, ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ଦେବ ପ୍ରସାଦ ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା ଏବଂ ବିଶ୍ୱ ଯୁବ କେନ୍ଦ୍ର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।ଚାଇଲ୍ଡ ଲାଇନର ଅଧିକାରୀ, ସହକାରୀ ଶ୍ରମ ଅଧିକାରୀ, ଶ୍ରମ ବିଭାଗ କର୍ମଚାରୀ ଏବଂ ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତାମାନେ ରାଲିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ରାଲିଟି ପୁରୁଣା ଶ୍ରମ କାର୍ଯ୍ୟାଳୟରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସ୍ଥାନୀୟ ମାର୍କେଟ ପରିକ୍ରମା କରି ଜଗନ୍ନାଥ ମନ୍ଦିର ନିକଟରେ ସମାପ୍ତ ହୋଇଥିଲା।