ଅନୁଗୋଳ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ବଅଁରପାଳ ବ୍ଲକ ପଞ୍ଚାୟତ ସମିତି ସଭାଗୃହଠାରେ “ଓଡ଼ିଶା ସାରା ବିକାଶ ଧାରା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ୧୭ରୁ ୨୨ ଜୁନ୍ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ରାଜ୍ୟବ୍ୟାପୀ ଅଭିଯାନରେ ଅନୁସୂଚିତ ଜନଜାତିଙ୍କ କଲ୍ୟାଣ ସମେତ ଅନ୍ତ୍ୟୋଦୟ, ମଧୁବାବୁ ପେନସନ ଓ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।
କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ମାୟାଧର ବେହେରା ଓ ଅନ୍ୟାନ୍ୟ ଜନପ୍ରତିନିଧି ଯୋଗଦେଇ ହିତାଧିକାରୀଙ୍କୁ ଅନ୍ନପୂର୍ଣ୍ଣା ଯୋଜନା କାର୍ଡ ଓ ଭତ୍ତା ପ୍ରଦାନ କରିଥିଲେ। ଏଥିସହିତ ଉଦ୍ୟମିତା ଓ କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଐଶ୍ୱର୍ଯ୍ୟା ସାଧବୀ ଓ ନେହୁର ନାଏକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଡିଓ ଲୋଚନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବିଭିନ୍ନ ବିଭାଗୀୟ ଅଧିକାରୀ ସରକାରୀ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱାରୋପ କରିଥିଲେ। ଶେଷରେ ଅତିରିକ୍ତ ବିଡିଓ ମାଧବ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।