ଅନ୍ୟାନ୍ୟ

ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ସଚେତନତା

By Angul TV Bureau

October 07, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ସଭାଗୃହରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଜିଲ୍ଲା ଶିଳ୍ପ ବିଭାଗ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବ୍ଲକ ଶିଳ୍ପ ଅଧିକାରୀ ଯଶୋବନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୦୦ ଜଣ ଯୁବକ-ଯୁବତୀ ଅଂଶଗ୍ରହଣ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ସରୋଜ ସାହୁ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ।

ସମ୍ମାନିତ ଅତିଥି ଭାବେ ବ୍ଲକ କୃଷି ଅଧିକାରୀ ଦେବୀ ପ୍ରସାଦ ପୃଷ୍ଟି, ବ୍ଲକ ଶ୍ରମ ଅଧିକାରୀ ଅଶ୍ୱିନୀ ମୁଦୁଲୀ, ଓଏଲଏମ୍ ବ୍ଲକ ପ୍ରୋଗ୍ରାମ ଅଧିକାରୀ ମମତା ମିଶ୍ର, ସହକାରୀ ବ୍ଲକ ମତ୍ସ୍ୟ ଅଧିକାରୀ ଶୁଭାଶିନୀ ବେହେରା, ସହକାରୀ ଉଦ୍ୟାନ କୃଷି ଅଧିକାରୀ ନିଶି ପ୍ରଭା ବେହେରା ଯୋଗଦେଇ ନିଜ ନିଜ ବିଭାଗ ଦ୍ୱାରା ଉପଲବ୍ଧ ବିଭିନ୍ନ ଯୋଜନା ବିଷୟରେ ସୂଚନା ଦେଇଥିଲେ ଏବଂ ଯୁବପିଢ଼ି ବିଭିନ୍ନ ଉଦ୍ୟୋଗ କରି ଆତ୍ମନିର୍ଭରଶୀଳ ହେବା ନେଇ ସଚେତନ କରାଇଥିଲେ।