ଅନ୍ୟାନ୍ୟ

ଡାକବିଭାଗ ପକ୍ଷରୁ ସଚେତନତା ସଭା, ଗ୍ରାମୀଣ ଡାକ ଜୀବନ ବୀମା ନେଇ ବୁଝିଲେ ଗ୍ରାମବାସୀ

By Angul TV Bureau

July 13, 2025

ଅନୁଗୁଳ: ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ମଇମୁରା ଗ୍ରାମ ପଞ୍ଚାୟତର ସଭାଗୃହ ଠାରେ ମଇମୁରା ଡାକଘର ପକ୍ଷରୁ ଡାକ ବିଭାଗର ବିଭିନ୍ନ ଜନହିତକର ଯୋଜନାରେ ସମ୍ବନ୍ଧୀୟ ଏକ ସଚେତନତା ସଭା ଆୟୋଜନ କରାଯାଇଥିଲା। ସ୍ଥାନୀୟ ସରପଞ୍ଚ ଲତା ସେଠୀ କାର୍ଯ୍ଯକ୍ରମରେ ସଭାପତିତ୍ବ କରିଥିବା ବେଳେ ମୁଖ୍ଯ ଅତିଥି ଭାବର ଢେଙ୍କାନାଳ ଡାକ ମଣ୍ଡଳର ଅଧ୍ୟକ୍ଷ ଜମ୍ବେଶ୍ୱର ଗଡ଼ନାୟକ, ସମ୍ମାନିତ ଅତିଥି ଭାବରେ ଅନୁଗୁଳ ଉପଡାକ ମଣ୍ଡଳର ସହକାରୀ ଡାକ ଅଧୀକ୍ଷକ ଶିବପ୍ରସାଦ ବେହେରା, ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ କୁମାର ବିଶ୍ୱାଳ ଅତିଥି ଭାବରେ ଯୋଗ ଦେଇଥିଲେ।

ପୋଷ୍ଟାଲ୍ ସୁପରିଟେଣ୍ଟ୍ ଜମ୍ବେଶ୍ୱର ଗଡ଼ନାୟକ ଡାକସେବାର ସମସ୍ତ ଯୋଜନା ସମ୍ବନ୍ଧରେ ଆଲୋକପାତ କରିଥିଲେ। ସେହିଭଳି ଶିବ ପ୍ରସାଦ ବେହେରା ଡାକ ବିଭାଗର ଗ୍ରାମୀଣ ଡାକ ଜୀବନ ବୀମା ଉପରେ ବିଶେଷ ଭାବରେ ଆଲୋକପାତ କରିଥିଲେ। କାର୍ଯ୍ଯକ୍ରମରେ ଓଭରସିୟର୍ ପ୍ରିୟବ୍ରତ ପ୍ରଧାନ, ସଚଲା ନାୟକ ସହିତ ସମସ୍ତ ଶାଖା ଡାକପାଳ ଏବଂ ଶତାଧିକ ମହିଳା କାର୍ଯ୍ଯକ୍ରମରେ ଯୋଗଦାନ କରିଥିବା ବେଳେ କୋଠଭୂଇଁ ଶାଖା ଡାକପାଳ ରବୀନ୍ଦ୍ର କୁମାର ସାହୁ ଧନ୍ଯବାଦ ଦେଇଥିଲେ।